
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବିଜାପୁର ଜିଲ୍ଲାରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ ଜବାନ ଙ୍କ ଦ୍ଵାରା ୨ ଜଣ ଇନାମୀ ମାଓବାଦୀ ଗିରଫ ସହ ଜଣେ ନାବାଳକ ମାଓବାଦୀକୁ କାବୁ କରାଯାଇଛି। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନାର ଫର୍ସେଗଡ଼ ଏବଂ ଭୈରାମଗଡ଼ର ଏକ ଡିଆରଜି ଯବାନ ଓ ପୋଲିସର ମିଳିତ ଦଳ ପୃଥକ ପୃଥକ ସ୍ଥାନରେ ଅପରେସନ କରିବା ସମୟରେ ମୋଟ ୩ ଜଣ ମାଓବାଦୀଙ୍କୁ ଯବାନ ମାନେ କାବୁ କରିଥିଲେ। ପଚରା ଉଚରା ବେଳେ ଏହି ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ଅନ୍ୟ ଦୁଇଜଣ ହେଲେ ହାଡମା କୁଞ୍ଜାମ ଓ ସୁରେଶ ପୋଡିଆମ। ତେବେ ଏହି ଦୁଇ ମାଓବାଦୀଙ୍କ ନାମରେ ୧ଲକ୍ଷ ଲେଖାଏଁ ମୋଟ ୨ଲକ୍ଷ ଟଙ୍କାର ଇନାମ ରହିଥିଲା।