
ମାଲକାନଗିରି:୨୧/୦୬ ହିନ୍ଦୁ ଓ ବ୍ରାହ୍ମଣ ଙ୍କ ଉପରେ ଦେଇ ଥିବା ବିବାଦୀୟ ମନ୍ତବ୍ୟ କୁ ନେଇ ହିନ୍ଦୁ ଜାଗରଣ ମଞ୍ଚ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ସମସ୍ୟାର ସମାଧାନ ହୋଇଥିବାର ଆଜି ସାମ୍ବାଦିକ ସମ୍ମିଳନୀ ରେ ଉଭୟ ପକ୍ଷରୁ ସୂଚନା ଦେଇଛନ୍ତି l ଘଟଣା ରୁ ପ୍ରକାଶ ଯେ ମତୁଆ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷା ପ୍ରସଙ୍ଗରେ ଚଳିତ ମାସ ସାତ ତାରିଖ ଦିନ ପୋଟେରୁ ସ୍ଥିତ ଠାକୁର ହରିଚାନ୍ଦ ମନ୍ଦିର ପରିସରରେ ଆୟୋଜିତ ସଭାରେ ଶୁଦ୍ର ସମାଜର ପୂର୍ବ ଇତିହାସ ସମ୍ପର୍କରେ ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ ତାଙ୍କ ବକ୍ତବ୍ୟରେ କିଛି ମନ୍ତବ୍ୟ ରଖିଥିଲେ l କୌଣସି ଜାତି, ଧର୍ମ ବା ବର୍ଗର ଲୋକମାନଙ୍କୁ ଗାଳି ଗୁଳଜ କରିନାହାନ୍ତି କିମ୍ବା ନିର୍ଦିଷ୍ଟ କୌଣସି ସମ୍ପ୍ରଦାୟର ଲୋକଙ୍କ ମନରେ ଆଘାତ ପହଞ୍ଚେଇବା ଉଦେଶ୍ୟ ନୁହଁ l ତାଙ୍କ ଅଭିଭାଷଣର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ନକରି ଭିଡ଼ିଓର ମଝି କିଛି ଅଁଶ ପୋଷ୍ଟ କରିବା ଦ୍ୱାରା କିଛି ଲୋକ ବୁଝିନପାରି ବ୍ରହ୍ମଣ ସମ୍ପ୍ରଦାୟ ଓ ହିନ୍ଦୁ ଧର୍ମକୁ ଆକ୍ଷେପ ହେଉଛି ମନେକରି ଥାନାରେ ହିନ୍ଦୁ ଜାଗରଣ ମଞ୍ଚ ଏତଲା ଦେଇଥିଲେ l ଶ୍ରୀ ହନ୍ତାଳ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ସହ ପାଲଟା ଏତଲା ଦେଇଥିଲେ l ଶ୍ରୀ ହନ୍ତାଳ ମଧ୍ୟ ଜଣେ ସନାତନୀ ହିନ୍ଦୁ ଅଟନ୍ତି l ଗତ ତା-୨୦.୦୬.୨୫ରିଖ ଦିନ ଉଭୟ ଗୋଷ୍ଟି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ସମାଧାନ ହୋଇଛନ୍ତି l ଏ ସଂକ୍ରାନ୍ତରେ ଆଜି ମାଲକାନଗିରି ସଦର ସ୍ଥିତ ହୋଟେଲ ସ୍ୱାଗତ ସଂମିଳନୀ କକ୍ଷରେ ଏକ ସାମ୍ବାଦକ ସଂମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଉଭୟ ପକ୍ଷ ମତ ରଖି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମାଧାନ ସମ୍ପର୍କିତ ବିଷୟ ପ୍ରକାଶ କରି କହିଥିଲେ l ପୋଟେରୁ ସ୍ଥିତ ଠାକୁର ହରିଚାନ୍ଦ ମନ୍ଦିର ପରିସରରେ ସଭାରେ ଉପସ୍ଥିତ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ କୌଣସି ହିନ୍ଦୁ ସନାତନୀଙ୍କ ହୃଦୟରେ ଆଘାତ ପହଞ୍ଚିନାହିଁ l ଶ୍ରୀ ହନ୍ତାଳଙ୍କ ଭାଷଣ ର ଭିଡିଓ ଦେଖି କୌଣସି ବ୍ୟକ୍ତି ବିଶେଷ ଅଭିଭାଷଣର ଉଦ୍ଧେଶ୍ୟ ବୁଝିନପାରିବା ଦ୍ୱାରା କାହାର ମନକୁ ଯଦି ଆଘାତ ଲାଗିଥାଏ, ତା’ହେଲେ ଶ୍ରୀ ହନ୍ତାଳ ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଛନ୍ତି l