

ପୋଲିସ ଅନ୍ଧାର ରେ ବୁଲାଉଛି ବାଡ଼ି, ଗାଁ ର ନିରୀହ ଲୋକଙ୍କୁ ଉଠାଇ ଥାନା ରେ ଦେଉଛି ଶାରୀରିକ ଓ ମାନସିକ ନିର୍ଯାତନା..!

ଉମରକୋଟ/ରାଇଘର :- ( ୨୨/୦୬/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସାହିରେ ବିଗତ ୧୪/୦୬/୨୦୨୫ ରିଖ ସୁନା ଦୋକାନୀ ରାମ ଡାକୁୟା ଓ ତାଙ୍କ ସ୍ତ୍ରୀ ତାଙ୍କ ସୁନା ଦୋକାନ ବନ୍ଦ କରି ରାତି ପ୍ରାୟ ୮ ଘଣ୍ଟିକା ସମୟରେ ସୁନା ଓ ରୁପା ବ୍ୟାଗ ଧରି ନିଜ ଘରର ଫାଟକ ଗେଟ ଖୋଲି ବାଉଣ୍ଡାରୀ ଭିତରେ ପଷିବା ସଙ୍ଗେ ସଙ୍ଗେ ଅଜଣା ଦୁର୍ବୃତ୍ତ ୭ ଜଣ ତାଙ୍କର ବାଉଣ୍ଡାରୀ ଭିତରେ ରାମ ଓ ତାଙ୍କର ସ୍ତ୍ରୀଙ୍କୁ ଅତର୍କିତ ଭାବେ ଆକ୍ରମାଣ କରି ସେମାନଙ୍କର ହାତରେ ଥିବା ସୁନା ଓ ରୁପା ବ୍ୟାଗ ଛଡାଇବା ଚେଷ୍ଟା କରୁଥିଲେ। ଛଡାଇବାକୁ ବିରୋଧ କରିବାରୁ ସ୍ଵାମୀ ସ୍ତ୍ରୀ ଙ୍କୁ ଲହୁ ଲୁହାଣ କରି ପିସ୍ତୋଲ ବାହାର କରିବା ସମୟରେ ରାମ ଡାକୁୟା ଓ ତାଙ୍କର ସ୍ତ୍ରୀ ବଞ୍ଚାଓ ବଞ୍ଚାଓ କହି ଚିତ୍କାର କରିବାରୁ ଆଖ ପାଖର ଘର ଲୋକ ମାନେ କଣ ହେଲା କହି ବାହାରିବାରୁ ଦୁର୍ବୃତ୍ତମାନେ ପିସ୍ତୋଲରେ ବ୍ଲାଙ୍କ ଫାୟାରିଙ୍ଗ କରି ସୁନା ଅଳଙ୍କର ଥିବା ଦୁଇଟି ବ୍ୟାଗ କୁ ନେଇ ଫେରାର ହୋଇ ଯାଇଥିଲା।ତାହାପରେ ୧୫/୦୬/୨୦୨୫ ରିଖ ନବରଙ୍ଗପୁର ରୁ ସନ୍ଧାନୀ କୁକର ସହ ସାଇଣ୍ଟିଫିକ ଟୀମ ଆସି ତଦନ୍ତ କରି ଫେରି ଯାଇଥିଲେ। ସୂଚନା ଥାଉକି ପୋଲିସ ଅନ୍ଧାର ରେ ବାଡ଼ି ବୁଲାଉଛି ସେହି ଦିନ ଠାରୁ ରାଇଘର ପୋଲିସ ରାମ ଡାକୁୟାର ଘରର ଆଖ ପାଖରେ ଥିବା ଲୋକଙ୍କୁ ଉଠାଇ

କୌଣସି ପ୍ରମାଣ ନ ଥାଇ ଥାନାରେ ମାନସିକ ଭାବରେ ନିର୍ଯ୍ୟାତନା ଦେଇ ଆସୁଛି ବୋଲି ବର୍ତ୍ତମାନ ଅଭିଯୋଗ ଆସୁଛି l ୨୧/୦୬/୨୦୨୫ ରିଖ ରୁପେଶ ସରକାର ପିତା ରସିକ ସରକାରଙ୍କ ପୁଅ ଦିନ ଏକ ଘଣ୍ଟା ବେଳେ ଘରେ ଖାଇବଶିଥିବା ସମୟରେ ପୋଲିଶ ଆସି ଥାନାକୁ ଉଠେଇ ନେଇ ଯାଇଥିଲେ। ଏହି ଖବର ପାଇବା ପରେ ଆପରାନ୍ହ ୫, ୫୦ ମିନିଟ ସମୟରେ ରସିକ ସରକାର ଥାନାରେ ଯାଇ ଆଇ ଆଇ ସି ଙ୍କୁ ନିଜ ପୁଅ ବିଷୟରେ ପଚାରିବାରୁ ତଦନ୍ତ ପାଇଁ ଡକା ଯାଇଛି କହିଥିଲେ । ରୁପେଶ ସରକାର ଦିନ ସାରା ନ ଖାଇ ନ ପିଇ ଥାନାରେ ବସିଥିଲେ ଏହା ତାଙ୍କର ବାପା ନିଜ ପୁଅଠୁ ଶୁଣିବାକୁ ପାଇଥିଲେ। ପୋଲିସ ଏକ ପ୍ରକାର କହିବାକୁ ଗଲେ ଦିନ ସାରା ରୁପେଶ ସରକାରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଥାନାରେ ଦିଆ ଯାଇଛି। ରାମ ଡାକୁୟାର ଘରେ ଡକାୟତି ଘଟଣା ଶୁଣିବା ପରେ ଗାଁ ଲୋକଙ୍କ ଭଳି ରୁପେଶ ମଧ୍ୟ ଦେଖିବାକୁ ଯାଇଥିଲି କିନ୍ତୁ ରାଇଘର ଥାନା ପୋଲିସ ପ୍ରଶାସନ ରୁପେଶର କୌଣସି କଥାକୁ ବିଶ୍ୱାସ ନ କରି ଜୋର ଜବର ଦସ୍ତୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଡକାୟତିରେ ସମ୍ପୃକ୍ତ ଅଛୁ କହିଁ ଚାପ ପକାଉଛି। କୌଣସି ସାକ୍ଷ ପ୍ରମାଣ ନ ଥାଇ ନିରୀହ ଲୋକଙ୍କୁ ଉଠାଇ ଆଣି ଶାରୀରିକ ମାନସିକ ନିର୍ଯାତନା ଦେବାରେ ଲାଗିଛି । ଗତ ରାତି ଦଶ ଘଣ୍ଟା ସମୟରେ ଉମରକୋଟ ଏସ ଡି ପି ଓ ଙ୍କୁ, ରୁପେଶର ପିତା ପୁଅ ବିଷୟରେ ପଚାରିବାରୁ ତୁମର ପୁଅ କଣ କରନ୍ତି ବଳି ପଚାରିଥିଲେ, କିନ୍ତୁ ପିତା କହିଥିଲେ ମୋର ପୁଅ ଡ୍ରାଇଭର କାମ କରନ୍ତି। ଏହା ଶୁଣିବା ପରେ ଏସ ଡି ପି ଓ କୌଣସି କଥା ଶୁଣିବା ଉପରେ ନ ଥିଲା, ଯେମିତି ରୁପେଶର ସବୁ ଡକାୟତି କରିବାର ପ୍ରମାଣ ପାଇଁ ଯାଇଥିଲେ ଭଳି ବ୍ୟବହାର ଦେଖାଇ ଥିଲେ। ସୂଚନା ଥାଉକି ରୁପେଶ ର ପିତା ଜଣେ ଗଣ ପ୍ରତିନିଧି ତାଙ୍କର କହିବା କଥା ଥିଲା ଯେ, ମୋର ପୁଅ ଜଦି କୌଣସି ଦୋସ କରିଛି ତେବେ ତାଙ୍କୁ ସଜା ମିଳୁ କିନ୍ତୁ ଥାନାରେ ଉପସ୍ଥିତ ଆଇ ଆଇ ସି, ଏସ ଡି ପି ଓ ତାଙ୍କର କଥା କୁ ଭ୍ରୁକ୍ଷେପ କରୁ ନ ଥିଲେ। କୋ କେସ ପାଇଁ ମୋର ପୁଅକୁ ଥାନାରେ ବସାଇଛନ୍ତି ତାହାର ବି ଜବାବ ଦେଉ ନ ଥିଲେ। ଏଥିରେ ଜଣା ପଡୁଛି ପୋଲିସ ପ୍ରଶାସନ ଗଣ ପ୍ରତିନିଧିଙ୍କ ପ୍ରତି ଯଦି ଏହି ପରି ବ୍ୟବହାର କରନ୍ତି ହେଲେ ରାଇଘର ଉପାନ୍ତ ଅଞ୍ଚଳର ଜନ ସାଧାରଣ ଥାନାରେ କି ପରି ବ୍ୟବହାର ପାଉଥିବେ। ବାବାଙ୍କ କହିବା କଥା ମୋର ପୁଅ ଏହି ଡକାୟତି କେସରେ ସମ୍ପୃକ୍ତ ଅଛି ହେଲେ ସେ ଦଣ୍ଡ ପାଉ ଆଉ ଯଦି ସମ୍ପୃକ୍ତ ନାହାନ୍ତି ହେଲେ କାହିଁକି ତାଙ୍କ ଥାନାରେ ବସାଇ ନାନା ପ୍ରକାରର ଶାରୀରିକ ମାନସିକ ନିର୍ଯାତନା ପାଉଛି । ରୁପେଶର ପିତା ନବରଙ୍ଗପୁର ଜ଼ିଲ୍ଲା ମାନନୀୟ ଏସ ପି ଙ୍କୁ ଗୁହାରି କରିଛନ୍ତି ଏହି ରାମ ଡାକୁୟାର ଘରେ ଡକାୟତି ଘଟଣାର ତଦନ୍ତ କରିବାକୁ ଯାଇ ପୋଲିସ ପ୍ରଶାସନ ନିରୀହ ଲୋକଙ୍କୁ ନ ଉଠାଇ ପ୍ରକୃତ ଦୋଷୀକୁ ଖୋଜି ବାହାର କରି ବାରେ ଅକ୍ଷମ କାରଣ ଘଟଣା ର ୭ ଦିନ ବିତିଗଲା ପରେ ବି ପୋଲିସ ହାତ ଖାଲି ଅନ୍ଧାର ରେ ବାଡ଼ି ବୁଲାଉଛି ପୋଲିସ l ଉକ୍ତ ଘଟଣା କୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକ ନଚେତ ରାଇଘର ପୋଲିସ ନିରୀହ ଗାଁ ଲୋକଙ୍କୁ ଏପରି ଉଠାଇ ଆଣି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଚାଲି ଥିବ l