ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଆସିକା ଚଳଚଞ୍ଚଳ : ଯୁବ ଶକ୍ତି ସମବେଶ ରେ ଯୋଗଦେବେ…

add-all

ଆୟୋଜନ ହେଉଛି ବଡାଖାନା…ଖାଇବେ ଛାତ୍ର ଛାତ୍ରୀ

ଦୁଇ ଦୁଇଟି ହେଲିପ୍ୟାଡ଼ ନିର୍ମାଣ ସରକାରୀ ଅର୍ଥର ଅପ ବ୍ୟୟ…..!
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସୋମବାର ଦିନ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ସରକାରୀ କଳ ଦିନରାତି ଗୋଟେ କରି ମୁଖ୍ୟମନ୍ତ୍ରୀ ଯେଉଁ ରାସ୍ତା ଦେଇ ଯିବେ ସେହି ରାସ୍ତାରେ ଏବେ ତାଳି ପକା କାମ ଯୁଦ୍ଧ କାଳୀନ ଭିତ୍ତି ରେ ଚାଲିଛି। ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୂର୍ବରୁ ଆସିଥିବା ବହୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୋଟିଏ ହେଲିପ୍ୟାଡ଼ ନିର୍ମାଣ ହେବାର ନଜିର ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିକା ଆସୁଥିବା ଯୋଗୁଁ ଆସିକା ହରିହର ହାଇସ୍କୁଲ ଓ ଘଟକୁରି ଠାରେ ଏହି ଉଭୟ ସ୍ଥାନରେ ହେଲି ପ୍ୟାଡ଼ ନିର୍ମାଣ ଚାଲିଛି। ଦୁଇ ଦୁଇଟି ସ୍ଥାନରେ ହେଲିପ୍ୟାଡ଼ ନିର୍ମାଣ କରିବା ଫଳରେ ସରକାରୀ ଅର୍ଥର ଅପ ବ୍ୟବହାର ହେଉଥିବା ସହର ର ସଚେତନ ମହଲ ରେ ଆଲୋଚନା ହେଉଛି। ବାଃ ବାଃ ନେବାପାଇଁ ନିଜର ସ୍ୱାର୍ଥ ପାଇଁ ଦୁଇ ଦୁଇଟି ହେଲି ପ୍ୟାଡ଼ ନିର୍ମାଣ କରାଯାଉଥିବା ଏବେ ଚର୍ଚ୍ଚା ହେଉଛି। ଆସିକା ସହରର ଅଶୋକା ସିନେମା ହଲ ଠାରୁ ବିନାୟକ ବଜାର ଓ ଲକ୍ଷ୍ମୀବଜାର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନ ହେଲା ଖାଲଖମା ଏବଂ ଅଣଅସାରିଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆସିବା ଯୋଗୁଁ ମରାମତି କାର୍ଯ୍ୟ ହେବା ଫଳରେ ଲୋକଙ୍କ ମଧ୍ୟରେ ଆଶ୍ବସ୍ତି ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଏହି ରାସ୍ତାରେ ଯିବେ ବୋଲି ମରାମତି ହେଉଥିଲେବି ଜବର ଦଖଲ ଉଚ୍ଛେଦକୁ ବାଦ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସାଧାରଣ ରେ ଚର୍ଚ୍ଚା ହେଉଛି ଦେଶର ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ରେ ବି ଏହି ପରିମାଣର ଖର୍ଚ୍ଚ ହୋଇନି l ବାଲି ମାଫିଆ ଠାରୁ ମଦ ମାଫିଆ ଏବଂ ଜମି ମାଫିଆ ସମସ୍ତଙ୍କୁ ଚାନ୍ଦା ପଡ଼ିଥିବା ବି ଚର୍ଚ୍ଚା ହେଉଛି l ରାଜ୍ୟ ରାଜ କୋଷରୁ ବିଭିନ୍ନ ବିଭାଗ କୁ ଲକ୍ଷ ଲକ୍ଷ ଟଙ୍କା ଆସିଛି ଯାହାକି ମୁଖ୍ୟମନ୍ତ୍ରୀ ଗସ୍ତ ରେ ସରକାରୀ କଳ ଚଳୁ କରିବ l ପୁଣି ପିଲାମାନଙ୍କ ପାଇଁ ହୋଇଛି ବଡା ଖାନା ର ବ୍ୟବସ୍ଥା ଯାହାର ଆନୁମାନିକ ପ୍ଲେଟ ର ଦାମ ୬oo ଟଙ୍କାରୁ ଉର୍ଦ୍ଧ ହୋଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଜିଲ୍ଲାର ସବୁ ବିଭାଗ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଚାନ୍ଦା ପଡ଼ିଥିବା ଆଲୋଚନା ହେଉଛି, ଯାହାକି ଡବଲ ଇଞ୍ଜିନ ସରକାର ଙ୍କ ବର୍ଷ କର ବିକାଶ ବୋଲି ଲୋକେ ଚର୍ଚ୍ଚା କଲେଣି ଏହି ଗସ୍ତ କାହା ପାଇଁ ପୁଷ ମାସ ଦେଖିବାକୁ ବାକି ରହିଲା l ସୂଚନା ଥାଉକି କିଛି ଦିନ ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ ହେବ ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ଖୁସ କରିବାକୁ ଆସିକା ବିଧାୟକ ଅଣ୍ଟା ଭିଡ଼ିବା ବି ଆଲୋଚନା ହେଉଛି l ଏହି ସୁବର୍ଣ୍ଣ ସୁଯୋଗ କୁ କିଏ ବା ହାତ ଛଡା କରିବ କାଳେ ବିଧାୟକଙ୍କ ମୁଣ୍ଡରେ ହାତୀ ସୁନାକଲାସ ଢାଳି ପାରେ l ରାଜ୍ୟ ସଂସ୍କୃତି ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ଜିଲ୍ଲା ସଂସ୍କୃତି ବିଭାଗ ଜରିଆରେ ଯାହାକି ମଳୁ ଖୋଜୁଥିଲା ଯାହା ବୈଦ କହିଲା ତାହା l ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାହାପାଇଁ ପୁଷ ମାସ ତ କାହାପାଇଁ ସର୍ବ ନାଶ ତାହା ସମୟ କହିବ l ସେ ଯାହାବି ହେଉ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ସବୁ ପ୍ରକାର ବ୍ୟବସ୍ଥା କରିଛି ବ୍ରହ୍ମପୁର ଉପଜିଲ୍ଲାପାଳ ନିଜେ ସବୁ ଦିଗକୁ ଦୃଷ୍ଟି ରଖିଛନ୍ତି l ଗଞ୍ଜାମ ପୋଲିସ ଯେପରି କୌଣସି ଦିଗରେ ତ୍ରୁଟି ରହିବନି ସ୍ୱତନ୍ତ୍ର ନଜର ରଖିଛି ଗଞ୍ଜାମ ଏସ ପି, ଏବଂ ଆସିକା ଏସ ଡି. ପି. ଓ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଦେଖିବାକୁ ମିଳୁଛି l

ad-week
Leave A Reply

Your email address will not be published.