
ବ୍ରହ୍ମପୁର : ଆସିକା ଓ କୋଟିନଡା ପୋଲିସ ପକ୍ଷରୁ ମାନ୍ୟବର କୋର୍ଟର ଆଦେଶ ପ୍ରକାର ରେ ଫେରାର୍ ଅପରାଧୀଙ୍କ ଘର ବାହାରେ ପୋଷ୍ଟର ଜାରି କରାଯାଇଛି। ଅନେକ କେଶରେ ଜାମିନ ରେ ଆସି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଠିକ ତାରିଖରେ ଦୀର୍ଘ ଦିନ ଅନୁପସ୍ଥିତ ରହୁଛନ୍ତି।ଏଣୁ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା ସତ୍ତ୍ବେ ସେମାନେ କୋର୍ଟରେ ହାଜର ହୋଇ ନାହାନ୍ତି।ଏଣୁ ସେମାନଙ୍କୁ ପଳାତକ ଘୋଷଣା କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଷ୍ଟର ଲଟକା ପ୍ରକ୍ରିୟା ଜାରି କରାଯାଇଛି । ଏହି ଅନୁସାରେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଆସିକା ପୋଲିସ ପକ୍ଷରୁ ୨୦ ରୁଉର୍ଦ୍ଧ ଓ କୋଟିନଡ଼ା ପୋଲିସ ପକ୍ଷରୁ ୦୩ ଜଣ ଙ୍କ ନାମ ରହିଛି। ଆଜି ସୁଦ୍ଧା ଆସିକା ପୋଲିସ ଥାନା ପକ୍ଷରୁ ଆଜି ସୁଦ୍ଧା ୦୪ ଏବଂ କୋଟି ନଡା ପୋଲିସ ଥାନା ପକ୍ଷରୁ ୦୩ ଜଣଙ୍କ ଘର ବାହାରେ ନୋଟିସ ଲଗାଇଛନ୍ତି।
ଆଜି ସୁଦ୍ଧା ଦୁଇ ଥାନା ଇଲାକାର ପାଖାପାଖି ୦୭ ଜଣଙ୍କ ଘରେ ପୋଷ୍ଟର ଲାଗିଛି। ଏହି ଭଳି ଅପରାଧୀ ମାନେ ବାହାରେ ବୁଲା ବୁଲି କରି ଅପରାଧ ସୃଷ୍ଠି କରିବା ସହ ବିଭିନ୍ନ ଅଞ୍ଚଳ ରେ ବଢୁଥିବା ଚିନ୍ତା ର ବିଷୟ ପାଲଟିଛି। ସେଥିପାଇଁ କୋର୍ଟ ଙ୍କ ନୀତି ନିୟମ ଅନୁସାରେ ହାଜର ନ ହେଲେ ଆଗକୁ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ଆସିକା ଥାନା ଅଧିକାରୀ କୂଳମଣି ସେଠୀ ଓ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ପ୍ରକାଶ କରିଛନ୍ତି।