ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ବିରୋଧରେ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ…

add-all

ବ୍ରହ୍ମପୁର : ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ବିରୋଧ ରେ ରାଜ୍ୟ ବିଜୁ ଯୁବ ଜନତା ଦଳର ଆହ୍ୱାନ କ୍ରମେ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବିଜେଡି ରାଜ୍ୟ ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲିର ମାନ୍ୟବର ବିଧାୟକ ଡ଼ଃ.ବ୍ୟୋମକେଶ ରାୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆସିକା ନିର୍ବାଚନ ମଣ୍ଡଳୀର ଜନପ୍ରିୟା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ଯୁବ ନେତା ନଚିକେତା ସ୍ୱାଇଁ ଙ୍କ ପରାମର୍ଶ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ମନୋଜ ଦୋରା ଙ୍କ ସଂଯୋଜନା ରେ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ଆସିକା ବିଜ୍ଞାନ ମହାବିଦ୍ୟାଳୟ, ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଛାତ୍ରୀ ଦୁଷ୍କ୍ରମ ନିମନ୍ତେ ରାଜ୍ୟବ୍ୟାପି ସମସ୍ତ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶ ପୁତ୍ତଳିକା ଦାହ ଏବଂ କଳାବ୍ୟାଜ୍ ପିନ୍ଧି ଫଟକ ଆଗରେ ଛିଡା ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ପାଣିଗ୍ରାହୀ, ସମିତି ସଭ୍ୟ ଭରତ ନାୟକ,କାଉନ ସିଲର ନିଗମ ରାଉତ, ପ୍ରତାପ ପ୍ରଧାନ, କେଶବ ଦାସ,ଆକାଶ ସ୍ୱାଇଁ, ଜିତେନ୍ଦ୍ର ମହାରଣା, କାଜଲ ସ୍ୱାଇଁ, ବର୍ଷା ଗୌଡ଼, ସସ୍ମିତା ସ୍ବାଇଁ, ମୌସୁମୀ ବିଶ୍ୱାଳ, ରୁନୁ ବେହେରା, ରିତା ବିଶ୍ୱାଳ, ଓଁକାର ଆପଟ,ରୁଦ୍ରଗୌଡ଼, ତାପସ ସ୍ୱାଇଁ, ଟୁକୁନା ନାହାକ, ଵାପିନାଜେନା ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.