ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

add-all

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି।

ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ରାମହରି ନଗର, ଆଙ୍କୁଲି, ପୁରୀ ଚୂଡଙ୍ଗ ସାହି, କବିସୂର୍ଯ୍ୟନଗରର ଗୁଡିଆଳି, ପୁରୁଷୋତ୍ତମପୁରର ବେଢ ଗାଁ, ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି । ତେବେ ଜାଣନ୍ତୁ କେଉଁ ସବୁ ସ୍ଥାନରେ ଚଢାଉ ଚାଲିଛି।

୧. ବ୍ରହ୍ମପୁର ରାମ ହରି ନଗରରେ ଥିବା ୩ ମହଲା କୋଠା

୨. ମୁକ୍ତେଶ୍ୱର ଆପାର୍ଟମେଣ୍ଟ, ଫ୍ଲାଟ ନଂ ୨୦୫

୩. ତାଙ୍କ ଭାଇଙ୍କ ନାମରେ ଥିବା ବ୍ରହ୍ମପୁର ମୁକେଶ୍ୱରରେ ଆଉ ଏକ ଆପାର୍ଟମେଣ୍ଟ ଫ୍ଲାଟ

୪. ପୁରୀର ଚୁଡଙ୍ଗ ସାହିରେ ଫ୍ଲାଟ

୫. ଗଞ୍ଜାମ କବିସୂର୍ଯ୍ୟନଗରର ଗୁଡିଆଳି ସ୍ଥିତ ପୈତୃକ ଘର

୬. ଗଞ୍ଜାମର ପୁରୁଷୋତ୍ତମପୁର ବେଢରେ ତାଙ୍କ ଶଶୁର ଘର

୭. ଗଞ୍ଜାମ ବ୍ଲକ ଅଫିସ୍

ad-week
Leave A Reply

Your email address will not be published.