ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରୁ ଚୋରୀ, ଜଣେ ଗିରଫ…

youtube


ହିଞ୍ଜିଳିକାଟୁ, ତା ୨୮।୬(): ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଚୋରୀ କରୁଥିବା ବେଳେ ଚିକିତ୍ସାଳୟ କର୍ମଚାରୀ ଜଣେ ଯୁବକଙ୍କୁ କାବୁ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ।‌ ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି କାବୁ ଯୁବକଙ୍କୁ ଗିରଫ କରିଛି।‌ ଗିରଫ ଯୁବକ ଜଣଙ୍କ ହେଲେ ଜଗନ୍ନାଥପ୍ରସାଦ ଥାନା ବେଗୁନିଆଡିହ ଗ୍ରାମର ସୁନିଲ ନାୟକ (୩୨) । ଗିରଫ ଯୁବକଙ୍କ ଠାରୁ ୨୫ଟି ବିଭିନ୍ନ ପାଣିଟ୍ୟାପ ଓ ପାନୀୟ ଜଳ ଯୋଗାଣ ଯନ୍ତ୍ରାଂଶ ଜବତ କରାଯାଇଛି।‌ ଘଟଣା ନେଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।‌ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୫୧୩/୨୫ ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ଗତ କିଛି ମାସ ଧରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ବିଭିନ୍ନ ସମୟରେ ବିଦ୍ୟୁତ୍ ସରଞ୍ଜାମ ଓ ପାନୀୟ ଜଳ ଟ୍ୟାପ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଲଗାତାର ଭାବେ ଚୋରୀ ହୋଇ ଆସୁଥିଲା। ଘଟଣା ନେଇ ମେଡିକାଲ ଅଧିକ୍ଷକ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଚୋରୀ ଘଟଣା ପ୍ରତି ତୀକ୍ଷଣ ନଜର ରଖିବାକୁ ନିର୍ଦେଶ ଦେଇଥିଲେ। ଶନିବାର ଭୋର ସମୟରେ ଯୁବକ ଜଣଙ୍କ ମେଡିକାଲ ପରିସରରେ ସଂଯୋଗ ହୋଇଥିବା ବିଭିନ୍ନ ସ୍ଥାନରୁ ୨୫ଟି ପାଣିଟ୍ୟାପ୍ ଚୋରୀ କରୁଥିବା ବେଳେ ସୁରକ୍ଷାକର୍ମୀ ମାନେ କାବୁ କରିଥିଲେ। ପରେ ଘଟଣା ସମ୍ପର୍କରେ ହିଞ୍ଜିଳି ଥାନାକୁ ଅବଗତ କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି କାବୁ ଯୁବକଙ୍କୁ ଗିରଫ କରିଛି। ପୂର୍ବରୁ ସେ ମେଡିକାଲରୁ ବହୁ ପାଣିଟ୍ୟାପ୍ ଓ କିଛି ବୈଦୁତିକ ସାମଗ୍ରୀ ଚୋରୀ କରିଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛନ୍ତି।

Leave A Reply

Your email address will not be published.