ଲଗାଣ ବର୍ଷାରେ ଫୁଲୁଛି ଜଳକା: ବିପଦ ସଙ୍କେତ ଟପିଲା ଜଳସ୍ତର, ବନ୍ୟା ଭୟରେ ଲୋକେ

add-all

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ଫୁଲିବାରେ ଲାଗିଛି। ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।

ଗତ ଦୁଇ ଦିନ ଧରି ବାଲେଶ୍ୱର ଏବଂ ଏହାର ଉପରମୁଣ୍ଡରେ ଥିବା ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡ଼ା ଭଳି ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ବସ୍ତା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢ଼ିଚାଲିଛି।

ଆଜି ଦିନ ୧୧ଟା ସୁଦ୍ଧା ମଥାନୀଠାରେ ଜଳସ୍ତର ୬.୫୦ ମିଟର ଥିବା ରେକର୍ଡ କରାଯାଇଛି। ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଯଦି ବନ୍ୟା ହୁଏ, ତେବେ ବସ୍ତା ବ୍ଲକର ୧୦ଟି ଏବଂ ସଦର ବ୍ଲକର ୩ଟି ପଞ୍ଚାୟତର ବ୍ୟାପକ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.