“ଏ ଦେଶ କାହା ବାପାର ନୁହେଁ”: ୱାକଫ ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ତେଜସ୍ୱୀ ଯାଦବ

add-all

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ଏହି ଦେଶ କାହା ବାପାର ନୁହେଁ, ଏହା ଆମ ସମସ୍ତଙ୍କ ହିନ୍ଦୁସ୍ଥାନ।” ପାଟନାର ଗାନ୍ଧୀ ମଇଦାନରେ ‘ଇମାରତ-ଏ-ଶରିଆ’ ପକ୍ଷରୁ ଆୟୋଜିତ ‘ୱାକଫ ବଚାଓ-ଦସ୍ତୁର ବଚାଓ’ ପ୍ରତିବାଦ ସଭାରେ ସେ ଏହି ବୟାନ ଦେଇଛନ୍ତି।

ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସମବେତ ହୋଇଥିବା ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଏହି ବିଲ୍ କେବଳ ୱାକଫ ସମ୍ପତ୍ତି ଦଖଲ କରିବାର ଷଡ଼ଯନ୍ତ୍ର ନୁହେଁ, ବରଂ ଏହା ମାଧ୍ୟମରେ ମୁସଲମାନ, ପଛୁଆ ବର୍ଗ ଏବଂ ଦଳିତମାନଙ୍କ ଭୋଟ ଦେବା ଅଧିକାର ଛଡ଼ାଇ ନେବାକୁ ମଧ୍ୟ ପ୍ରୟାସ କରାଯାଉଛି।

ତେଜସ୍ୱୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଦେଶକୁ ଭାଙ୍ଗିବା ପାଇଁ ପ୍ରୟାସ କରାଯାଉଛି। ସେ କହିଥିଲେ, “ଆଜି ଦେଶରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଏହି ବିଲ୍‌କୁ ଦୃଢ଼ ଭାବେ ବିରୋଧ କରିବାକୁ ପଡ଼ିବ। ଏହି ଦେଶ ଗଠନରେ ସବୁ ଧର୍ମର ଲୋକମାନେ ନିଜ ଜୀବନ ବଳିଦାନ ଦେଇଛନ୍ତି।”

ନିର୍ବାଚନ କମିଶନଙ୍କ ଏକ ନୂଆ ବିଜ୍ଞପ୍ତି ବିଷୟରେ ଉଲ୍ଲେଖ କରି ସେ ଦାବି କରିଛନ୍ତି ଯେ, “୮ କୋଟି ଲୋକଙ୍କୁ ପୁଣିଥରେ ନିଜର କାଗଜପତ୍ର ଦାଖଲ କରିବାକୁ ପଡ଼ିବ, ତା’ପରେ ଯାଇ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ ହେବ।”

ad-week
Leave A Reply

Your email address will not be published.