ଡିସେମ୍ବର ସୁଦ୍ଧା ରେଲୱେର ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା

youtube

ଭୁବନେଶ୍ୱର : ଡିସେମ୍ବର ସୁଦ୍ଧା ରେଲୱେର ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ।  ପ୍ରତି ମିନିଟରେ ବୁକ କରି ହେବ ଦେଢ ଲକ୍ଷ ଟିକେଟ ।  ଯାତ୍ରା ସମୟର ୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ଚୂଡ଼ାନ୍ତ ଚାର୍ଟ ପ୍ରସ୍ତୁତ ହେବ।  ନିର୍ଦ୍ଧିଷ୍ଟ ଦିନର ଦିନ ୨ଟା ପୂର୍ବରୁ ଛାଡଥିବା ଟ୍ରେନ୍ ପାଇଁ ପୂର୍ବଦିନ ରାତି ୯ଟା ସୁଦ୍ଧା ଯାତ୍ରୀଙ୍କ ଚୂଡ଼ାନ୍ତ ତାଲିକା ଆସିଯିବ ।

ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ ।  ଯାତ୍ରୀ ସୁବିଧା ଏବଂ ସ୍ମାର୍ଟ ଟିକେଟିଂ ଉପରେ ଧ୍ୟାନ ଦେଇ ରେଲୱେ ପକ୍ଷରୁ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ବହୁଭାଷୀ କରାଯିବ।  ନୂଆ ସିଷ୍ଟମ କାର୍ଯ୍ୟକ୍ଷମ ହେଲେ ପ୍ରତି ମିନିଟରେ ୧.୫ ଲକ୍ଷ ଟିକେଟ ବୁକିଂ ହୋଇପାରିବ ।

ବର୍ତ୍ତମାନର ମିନିଟ ପିଛା ୩୨ହଜାର ଟିକେଟ ପରିବର୍ତ୍ତେ କ୍ଷମତା ୫ଗୁଣ ବୃଦ୍ଧି ହେବ ।  ସେହିଭଳି ଟିକେଟ ଏନକ୍ବାରୀ ସିଷ୍ଟମକୁ ମଧ୍ୟ ଅପଗ୍ରେଡ୍ କରିବ ରେଲୱେ ।  ଏହାର ମିନିଟ ପିଛା କ୍ଷମତା ୪ଲକ୍ଷରୁ ୪୦ଲକ୍ଷକୁ ବୃଦ୍ଧି ହେବ ।

Leave A Reply

Your email address will not be published.