୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଯୌତୁକ ନେବା ସତ୍ବେ ମିଳିଲା ନିର୍ଯାତନା, ଜୀବନ ହାରିଲେ ନବବଧୂ

add-all

ଯୌତୁକ ବାବଦରେ ଜ୍ବାଇଁକୁ ୭୦ ଲକ୍ଷ ଟଙ୍କାର କାର ଦେଲେ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ବଣ୍ଡ ଦେଲେ। ତା’ ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଓ ସୁନା ଅଳଙ୍କାର ବି ଦେଲେ। ୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ଝିଅ ବାପ ଘରୁ ଶାଶୁ ଘରକୁ ଗଲା। ତା’ ପରେ ବି ଯୌତୁକ ନିର୍ଯାତନାରୁ ବର୍ତ୍ତିଲାନି। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ କୀଟନାଶକ ଖାଇ ନବବଧୂ ଜୀବନ ହାରିଲା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁର ତିରୁପୁର ଅଞ୍ଚଳରୁ।  ପୁଲିସ ଏହି ଘଟଣାରେ ନବବଧୂର ଶାଶୁ, ଶ୍ଵଶୁର ଏବଂ ସ୍ଵାମୀକୁ ଗିରଫ କରିଛି।

ମୃତା ମହିଳା ହେଲେ ୨୭ ବର୍ଷୀୟା ରିଧାନ୍ୟା। ତାଙ୍କ ବାପା ଆନ୍ନାଦୁରାଇଙ୍କର ଏକ ବସ୍ତ୍ରାଳୟ ରହିଛି। ରିଧାନ୍ୟା ଗତ ଏପ୍ରିଲରେ ତିରୁପୁର ଜିଲା କଂଗ୍ରେସ ନେତା କ୍ରିଷ୍ଣନଙ୍କ ନାତି କବିନ କୁମାରକୁ ବିବାହ କରିଥିଲେ। ବିବାହ ସମୟରେ ଝିଅ ଘର ତରଫରୁ ଜ୍ବାଇଁକୁ ୭୦ ଲକ୍ଷ ଟଙ୍କିଆ ଭଲଭୋ କାର, ୧୦୦ଟି ସୋଭରେନ ଗୋଲ୍ଡ ବଣ୍ଡ ଦିଆଯାଇଥିଲା। ତା’ ପରେ ବି ବିହାର ୧୦ ଦିନ ପରେ ଶାଶୁଘର ଲୋକେ ତାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏ ନେଇ ପୂର୍ବରୁ ସେ ନିଜ ପରିବାରକୁ ଜଣାଇଥିଲେ। କିନ୍ତୁ ନିର୍ଯାତନା କମି ନ ଥିଲା। ଗତ ରବିବାର ରିଧାନ୍ୟା ମନ୍ଦିର ଯିବା ନାଁରେ ଘରୁ ଆସିଥିଲେ। ବାଟରେ ନିଜ ବାପାଙ୍କୁ ଭଏସ ମେସେଜ କରି ଆଉ ନିର୍ଯାତନା ସହିପାରୁ ନାହାନ୍ତି ବୋଲି ଜଣାଇଥିଲେ। ଏହା ପରେ କ୍ଷେତରେ ପଡୁଥିବା ସଲଫାସ ବଟିକା ଖାଇଦେଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ରିଧାନ୍ୟାଙ୍କ ସ୍ଵାମୀ କବିନକୁମାର, ଶାଶୁ ଚିତ୍ରାଦେବୀ(୪୭) ଏବଂ ଶ୍ଵଶୁର ଈଶ୍ଵରମୂର୍ତ୍ତି(୫୧)ଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.