ଓମାନ ଯାଉଥିବା ଜାହାଜରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ସହାୟତା କଲା ଭାରତୀୟ ନୌସେନା

add-all

କାଣ୍ଡଲା ୩୦।୬: ଗୁଜରାଟର କାଣ୍ଡଲା ବନ୍ଦରରୁ ଓମାନର ସିନାସ ଯାଉଥିବା ଏମଟି ୟି ଚେଙ୍ଗ-୬ ଜାହାଜରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଓମାନ ଉପସାଗରରେ ହୋଇଛି। ଜାହାଜ ଇଞ୍ଜିନ ରୁମରେ ନିଆଁ ଲାଗିଯିବା ଯୋଗୁ ସାରା ଜାହାଜରେ ବିଦ୍ୟତ ଯୋଗାଣ ବାଧିତ ହୋଇଛି। ଜାହାଜରୁ ଡିଷ୍ଟ୍ରେସ୍ ସିଗ୍ନାଲ ମିଳିବା ପରେ ଭାରତୀୟ ନୌସେନାର ଆଇଏନଏସ ତବର ତୁରନ୍ତ ପ୍ରତିକ୍ରିୟା ଦେଇଛି। 

ଏମଟି ୟି ଚାଙ୍ଗ-୬ର ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ଅଛନ୍ତି। ଆଇଏନଏସ୍ ତବରରୁ ଅଗ୍ନିସମନ ଦଳ ଓ ଉପକରଣକୁ ହେଲିକପ୍ଟର ଯୋଗେ ଏମଟି ୟି ଚାଙ୍ଗ-୬କୁ ପଠାଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ଏହା ଏକ ଟ୍ୟାଙ୍କର ଜାହାଜ। ଏଣୁ ନିଆଁକୁ ଆୟତ୍ତ କରିବା ଜରୁରି ହୋଇ ପଡିଛି। ଏହି ନିଆଁ ଲିଭା କାର୍ଯ୍ୟରେ ୧୩ ଭାରତୀୟ ନୌସୈନିକ ଓ  ନିଆଁ ଲାଗିଥିବା ଜାହାଜର ୫ ଚାଳକ ଦଳ ସଦସ୍ୟ ନିୟୋଜିତ ଅଛନ୍ତି। 

ଭାରତୀୟ ନୌସେନା ପକ୍ଷରୁ ବିଦେଶୀ ଜହାଜରେ ନିଆଁ ଲାଗିଥିବା ନେଇ ଏକ ପୋଷ୍ଟ ସେୟାର କରାଯାଇଛି। ଏଥିରେ ଜାହାରେ ଲାଗିଥିବା ନିଆଁକୁ ଦେଖି ହେଉଛି। ତେବେ ନୌସେନା ପ୍ରତିକ୍ରିୟା ଦେବା ପରଠାରୁ ଜାହାଜର ନିଆଁ ଆୟତ୍ତ ହୋଇଛି। ଏହି ଟ୍ୟାଙ୍କର ଜାହାଜରେ ପୁଲାଉ (ଏକ ଦେଶ) ପତାକା ଲାଗିଛି। ଜାହାଜଟି କାଣ୍ଡଲା ପୋର୍ଟରୁ ବାହାରି ଓମାନ ଉପସାଗରରେ ପହଞ୍ଚିବା ପରେ ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇଛି। 

ad-week
Leave A Reply

Your email address will not be published.