ଔଷଧ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

add-all

ସାଙ୍ଗାରେଡ୍ଡି: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ଔଷଧ କାରଖାନାରେ ସୋମବାର ଦିନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।। ଏବେ ବି ଧ୍ୱଂସପ୍ରାପ୍ତ ସ୍ଥାନରୁ ଭଗ୍ନାବଶେଷ ସଫା କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀମାନେ ଅନେକଙ୍କୁ ଉଦ୍ଧାର କରି ସାରିଥିବା‌ ବେଳେ ଆହୁରି କିଛି ଜଣ ଫସି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି।
ଏନେଇ ଜିଲ୍ଲା ପୁଲିସ ଅଧୀକ୍ଷକ ପାରିତୋଷ ପଙ୍କଜ ମଙ୍ଗଳବାର ଦିନ ପଶାମିଲାରାମର ସିଗାଚି ଇଣ୍ଡଷ୍ଟ୍ରିଜ୍ ଫାର୍ମା ପ୍ଲାଣ୍ଟ (ଔଷଧ କାରଖାନା)ରେ ବିସ୍ଫୋରଣରେ ମୃତ ଲୋକଙ୍କ ସଂଖ୍ୟା ନିଶ୍ଚିତ କରିଛନ୍ତି।
ଭଗ୍ନାବଶେଷରୁ ମଧ୍ୟ ଅନେକ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ସେଠାରୁ ଉଦ୍ଧାର କରାଯାଇ ଲୋକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ନିଆଯାଇଛି। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି।
ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ ଏପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ପିିଟିଆଇ ରିପୋର୍ଟ କରିଛି। ଦୁର୍ଘଟଣା ଘଟିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ତାଙ୍କ କ୍ୟାବିନେଟର କିଛି ସଦସ୍ୟଙ୍କ ସହିତ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରିଛନ୍ତି। ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି ବିସ୍ଫୋରଣ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.