ସରକାର ଙ୍କ ଭୁ-ବନ୍ଦୋବସ୍ତ ନେଇ ନୂଆ ନିର୍ଦ୍ଦେଶନାମା ଜନସାଧାରଣ ପାଇଁ ଲଲିପପ ନାଁ ଧୂଆଁବାଣ….!

ଆସିକା ଜନସାଧାରଣ ଜଳକା…

youtube

ବ୍ରହ୍ମପୁର : ରାଜ୍ୟ ସରକାର ଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆସିକା ପୌରାଞ୍ଚଳ ଅନ୍ତର୍ଗତ ପାଞ୍ଚଟି ମୌଜାରେ ହାଇଟେକ ବା ଓଡ଼ିଶା ସ୍ପେସିଆଲ ସର୍ଭେ ଓ ସେଟେଲମେଣ୍ଟ ଆକ୍ଟ-୨୦୧୨ ଅନୁଯାୟୀ ଭୁ-ବନ୍ଦୋବସ୍ତ କରିବା ନେଇ ସାନି ନୂଆ ନିର୍ଦ୍ଦେଶନାମା ଗତ ୧୧ ଜୁନ ରେ ପ୍ରକାଶିତ ହୋଇଛି।ଏହି ଖବର ପ୍ରଚାରିତ ହେବା ପରେ ଆସିକା ଅଞ୍ଚଳ ଅଧିବାସୀ ଙ୍କ ମଧ୍ୟରେ ଆନନ୍ଦ ଦେଖା ଦେବା ସହ ସେମାନଙ୍କ ବାସ ଗୃହ ବା ଜମିପଟ୍ଟା ପାଇବା ଆଶା ସଂଚାର କରିଛି।ଏହି ନିର୍ଦ୍ଦେଶନାମା ଅନୁଯାୟୀ ଆସିକା ତହସିଲ ଅନ୍ତର୍ଗତ ଆସିକା ପୌରାଞ୍ଚଳର ଖମ୍ବେଶ୍ୱରୀ ପାଟଣା, ପକାଲା ପଲ୍ଲୀ, ନରସିଂହପଲ୍ଲୀ, ସୁନାମ୍ବ ଓ ଆସିକା ରାଜସ୍ବ ଗ୍ରାମରେ ସାନି ଭୁ-ବନ୍ଦୋବସ୍ତ କରିବା ନେଇ ରାଜ୍ୟର ଅତିରିକ୍ତ ଶାସନ ଙ୍କ ସ୍ୱାକ୍ଷର ରେ ପତ୍ରସଂଖ୍ୟା- ୨୦୯୮୩ ପ୍ରକାଶ ପାଇଛି।ସଂପୃକ୍ତ ପାଞ୍ଚ ମୌଜାରେ ହଜାର ହଜାର ସଂଖ୍ୟାରେ ଅଧିବାସୀ ଘର ଦ୍ବାର କରି ପୁରୁଷ ପୁରୁଷ ଧରି ବସ ବାସ କରିଆସୁଥିଲେ ମଧ୍ୟ ଗ୍ରାମ କଣ୍ଟକ ଓ ପରମପଙ୍କ କିସମରେ ବାସଗୃହ ଜମି ରହିଥିବାରୁ ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା ବା ସତ୍ଵାଧିକାର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ସ୍ୱାଧୀନତା ର ଦୀର୍ଘବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଆସିକା ସହରାଞ୍ଚଳ ଓ ଆଖ ପାଖ ଗ୍ରାମରେ ଭୁ- ବନ୍ଦୋବସ୍ତ ହୋଇନଥିବାରୁ ସ୍ଥାୟୀ ବାସିନ୍ଦା ଙ୍କ ସମସ୍ୟା କହିଲେ ନ ସରେ।ସାଧାରଣ ଜନତା ଙ୍କ ବାସ ଗୃହ ଓ ଚାଷ ଜମି ର ପଟ୍ଟା ନଥିବାରୁ ନିଜର ଅସମୟରେ ବିକ୍ରୀ କିମ୍ବା ବ୍ୟାଙ୍କ୍ ଋଣ ପାଇବାରୁ ବଞ୍ଚିତ ହୋଇ ବହୁ ସମସ୍ୟା ର ସମ୍ମୁଖୀନ ହେଉଥିବା ରୁ ଭୂ-ବନ୍ଦୋବସ୍ତ କରି ସ୍ଥାୟୀ ପଟ୍ଟା ଯୋଗାଇବାକୁ ସରକାର ଙ୍କ ନିକଟରେ ବହୁ ସଂଗଠନ ପକ୍ଷରୁ ଲଗାତାର ଦାବୀ କରାଯାଇଆସୁଛି। ସରକାରୀ ସ୍ତରରେ ଭୂ- ବନ୍ଦୋବସ୍ତ କରିବା ନେଇ ନିର୍ଦ୍ଦେଶ ନମା ପ୍ରକାଶିତ ହୋଇ କାର୍ଯ୍ୟକାରିତା ନେଇ ଆନ୍ତରିକତା ର ଅଭାବରୁ ପରବର୍ତ୍ତୀ ସମୟରେ ତାହା ଡି- ନୋଟିଫାଇ କରାଯାଉଥିବାରୁ ସଂପୃକ୍ତ ଅଧିବାସୀ ଙ୍କ ମଧ୍ୟରେ ହତାଶ ସୃଷ୍ଟି କରୁଛି।ତେବେ ବର୍ତ୍ତମାନ ନିର୍ଦ୍ଦେଶ ନାମା ପ୍ରକାଶ ପରେ ରାଜ୍ୟ ସରକାର ସର୍ଭେକାର୍ଯ୍ୟ ଆରମ୍ଭ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କୁ ତୁରନ୍ତ ଲାଗୁ କରି ସମୟଭିତ୍ତିକ ଖସଡ଼ା ପ୍ରସ୍ତୁତ କରିଲେ ହିଁ ଜନସାଧାରଣ ଏହାର ସୁଫଳ ପାଇବେ ଅନ୍ୟଥା ଏହା ୨୦୧୭ ର ନିର୍ଦ୍ଦେଶନାମା ପରି ବ୍ୟର୍ଥ ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି। ବାରମ୍ବାର ସରକାର ଙ୍କ ପକ୍ଷରୁ ଆସିକା ବାସୀଙ୍କୁ ଲଲିପୋପ ଦିଆଯାଉ ଥିବାର ଆଶା ସଂଚାର କରି ଥିବାର କେବଳ ନଜିର ରହିଛି। ରାଜ୍ୟ ସରକାର ଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଞ୍ଚଟି ମୌଜା ରେ ହାଇଟେକ ଭୁ-ବନ୍ଦୋବସ୍ତ କରିବା ନେଇ ସଂସ୍ଥା ଚୟନ, ନୂତନ କର୍ମଚାରୀ ମନୋନୟନ ସହ ଏଥି ପାଇଁ ଅର୍ଥ ରାଶି ର ବନ୍ଦୋବସ୍ତ କରିବାକୁ ରାଜ୍ୟ ଅମଲା ସଂଘର ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପ୍ରେସ କ୍ଲବ ର ସଭାପତି ତଥା ବରିଷ୍ଟ ସାମ୍ବାଦିକ ସତ୍ୟନାରାୟଣ ରଥ,ଗଙ୍ଗାଧର ଶତପଥି, ଆଇନଜୀବୀ ନାରାୟଣ ମୁନି, ସନ୍ତୋଷ ପାଣିଗ୍ରାହୀ, ନିରୋଜ କୁମାର ପାଢୀ, ଉପେନ୍ଦ୍ରନାଥ ମିଶ୍ର, ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଛନ୍ତି।ସେହିପରି ଆସିକା ପୌରାଞ୍ଚଳର ଖମ୍ବେଶ୍ୱରୀ ପାଟଣା, ପାକଲା ପଲ୍ଲୀ, ନରସିଂହ ପଲ୍ଲୀ, ସୁନାମ୍ବ ଓ ଆସିକା ରାଜସ୍ବ ଗ୍ରାମରେ ଭୁ-ବନ୍ଦୋବସ୍ତ ଓ ପଟ୍ଟା ପ୍ରଦାନ କାର୍ଯ୍ୟ କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବା ନେଇ ସଚେତନ ନାଗରିକ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆସିକା ବିଧାୟକ ଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ,ରାଜସ୍ୱ ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.