ପ୍ରେମିକା କୁ ଛୁରୀ ଭୁଷି ହତ୍ୟା ଘଟଣା : ସିନ୍ ରିକ୍ରିଏସନ କଲା ପୋଲିସ…

youtube

ବ୍ରହ୍ମପୁର : ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ କଲା ସିନ୍ ରିକ୍ରିଏସନ ।  ବ୍ରହ୍ମପୁର ଗେଷ୍ଟ ହାଉସରେ ପ୍ରେମିକା ପ୍ରିୟାଙ୍କୁ ପୁରୁଷ ବନ୍ଧୁ ଅଭୟ ୧୬ ଥର ଛୁରି ଭୁସି ହତ୍ୟା କରିଥିଲେ।  ହତ୍ୟା ଘଟଣାରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମପୁର ପୋଲିସ ।

କିଭଳି ହତ୍ୟା କରିଥିଲା ଡେମୋ ଦେଖାଇଲା ଅଭିଯୁକ୍ତ ।  ବୈଦ୍ୟନାଥପୁର ଥାନା ନୂଆ ବସଷ୍ଟାଣ୍ଡ ନିକଟ ଗେଷ୍ଟହାଉସକୁ ଗତକାଲି ଉଭୟ ଆସିଥିଲେ।  ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ଏପରି କି ବାରମ୍ବାର ଗେଷ୍ଟ ହାଉସକୁ ମଧ୍ୟ ଆସୁଥିବା ସୂଚନା ମିଳିଛି ।

ପ୍ରେମକୁ ନେଇ ସନ୍ଦେହ ପରେ ଯୁବକ ଜଣକ ହତ୍ୟା କରିଥିବା ଗତକାଲି ଏସପି ସ୍ପଷ୍ଟ କରିଥିଲେ । ଅଭିଯୁକ୍ତକୁ ପୋଲିସ ଗିରଫ ପରେ କୋର୍ଟଚାଲାଣ କରିଥିଲା ।  ପ୍ରେମିକାଙ୍କୁ କିଭଳି ହତ୍ୟା କରିଥିଲା ଆଜି ଡେମୋ ଦେଖାଇଛି ଅଭିଯୁକ୍ତ ।

Leave A Reply

Your email address will not be published.