ରଥ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମସେବାକୁ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

add-all

ଆଗକୁ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ।  ଏହି ତିନି ଦିନ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ।  ଭିଡ଼ ପରିଚାଳନା କିମ୍ବା ଭକ୍ତଙ୍କ ସୁରକ୍ଷାରେ ସାମାନ୍ୟତମ ତ୍ରୁଟିକୁ ବରଦାସ୍ତ କରାଯିବନି। ରଥଯାତ୍ରା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ନିର୍ଦ୍ଦେଶ ।  ରଥ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମ ସେବାକୁ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗହଳି କମ କରିବାକୁ କରିବାକୁ କର୍ଡନ ପାସକୁ କାଣ୍ଟଛାଣ୍ଟ କରାଯିବ। ମହାରଣା ସେବକ ଓ ଭୋଇ ସେବକମାନଙ୍କ ପରାମର୍ଶ ନେଇ ରଥ ଟଣା ନୀତି କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଟ୍ରାଫିକ କଣ୍ଟ୍ରୋଲ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହିତ ଆଗାମୀ ଦିନ ମାନଙ୍କରେ ଯାହା ସବୁ ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ଅଛି ସେଗୁଡ଼ିକ ଯେଭଳି ସୁରୁଖୁରରେ ସମ୍ପାଦିତ ହେବ ସେଥିପ୍ରତି ଅଧିକ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶୃଙ୍ଖଳାର ପୁନରାବୃତ୍ତି ନ ହେବା ଲାଗି ଗୁରୁତ୍ବ ଦିଆଯାଇଛି।

ପ୍ରଶାସନିକ ଅଧିକାରୀମାନେ ସେବକ ଭାବେ ସେବା କରିବେ।  କୌଣସି ସେବାୟତ ଅନଧିକୃତ ନୁହନ୍ତି। ସମସ୍ତଙ୍କ ସହଯୋଗ ଓ ସମନ୍ବୟରେ ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରଥଯାତ୍ରାରେ ଘଟିଥିବା ବିଶୃଙ୍ଖଳା ପ୍ରସଙ୍ଗରେ ଗତକାଲି ପୁରୀ ସର୍କିଟ୍ ହାଉସ୍ ରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ନୀତିକାନ୍ତିକୁ ନେଇ ବରିଷ୍ଠ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ସୁରକ୍ଷାର ତିନିଟି ଦିଗ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ad-week
Leave A Reply

Your email address will not be published.