
ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି।
ପାଣିପାଗ ବିଭାଗ ଜୁଲାଇ ୨-୫-୬ରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଏକ ଅରେଞ୍ଜ ସତର୍କତା ଜାରି କରିଛି।
ସେହିପରି ଜୁଲାଇ ୨ରେ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୩୫-୪୫ କିମି ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।