ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

youtube

ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ପ୍ରଥମ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜମ୍ମୁ ବେସ୍ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ଯାତ୍ରାର ଶୁଭାରମ୍ଭ ହୋଇଛି । ‘ହରହର ମହାଦେବ’ ଓ ‘ବମ୍ ବମ୍ ଭୋଲେ’ ନାରାରେ କମ୍ପିଛି ପରିବେଶ। ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଯାତ୍ରା ଆରମ୍ଭ କରିଛନ୍ତି । ଅମରନାଥ ଯାତ୍ରା ପାଇଁ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବାହିନୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

ଅମରନାଥ ପୀଠ ସ୍ଥଳ ଅଭିମୁଖେ ୨ଟି ରାସ୍ତାରେ ପାଖାପାଖି ୫୦ ହଜାର ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି । ପ୍ରମୁଖ ସ୍ଥାନ ଗୁଡ଼ିକରେ କ୍ବିକ୍ ରିଆକ୍ସନ୍ ଟିମ୍ ମଧ୍ୟ ସଜାଗ ଅଛନ୍ତି । ୩୮ ଦିନର ତୀର୍ଥଯାତ୍ରା ସମୟରେ ଉଭୟ ପହଲଗାମ ଏବଂ ବାଲଟାଲ୍ ରୁଟ୍ ରେ ସର୍ଭେଲାନ୍ସ ଡ୍ରୋନ୍ ମୁତୟନ ହେବ। ବାଲଟାଲ୍ ଓ ପହଲଗାମ ରୁଟ ଦେଇ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ଜମ୍ମୁ-କାଶ୍ମୀର ରାଜପଥ ଦେଇ ହିଁ ଯାତ୍ରା କରିବା ପାଇଁ ଏକ ପ୍ରମୁଖ ରାସ୍ତା ।

ଏହି ସମ୍ପର୍କରେ ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଅମରନାଥ ଯାତ୍ରା ଶ୍ରଦ୍ଦାଳୁମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁଚିଧା କରାଯାଇଛି । ୨୦୨୨ ପରଠାରୁ ଶ୍ରଦ୍ଧାଳୁଙ୍କୁ ଉନ୍ନତମାନର ସୁବିଧା ପ୍ରଦାନ କରାଯାଉଛି । ଯାତ୍ରାର ଲାଇଭ ପ୍ରସାରଣ ପାଇଁ ଉନ୍ନତମାନର କ୍ୟାମେରା ଲଗାଯାଇଛି ।

Leave A Reply

Your email address will not be published.