
ଭୁବନେଶ୍ୱର: ଓଏଏସ୍ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଛୁଟିରେ ଥିବା ଓଆରଏସ୍ ସଂଘ ଆନ୍ଦୋଳନରୁ ଓହ୍ଲାଇଛି।ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥ, ବନ୍ୟା ଡ୍ୟୁଟିରେ ଯୋଗଦାନ ନେଇ ସମ୍ମତି ଦେଇଛି ସଂଘ।
ବୈଠକ ପରେ ନିଷ୍ପତ୍ତି ନେଇ ଅବଗତ କରାଇଛି ସଂଘ। ଯଦିଓ ସେମାନେ ରଥ, ବନ୍ୟା ଡ୍ୟୁଟିରେ ଯୋଗଦାନ ଦେବେ କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଦାବି ପୂରଣ ନ ହେବା ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ। ଅପରପକ୍ଷରେ ଆନ୍ଦୋଳନକୁ ନଯାଇ ସରକାରଙ୍କ ସହ ଆଲୋଚନା କରିବାକୁ ନିବେଦନ କରିଛନ୍ତି ରାଜସ୍ବ ମନ୍ତ୍ରୀ।
ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା ପରେ ଓଏଏସ୍ ସଂଘ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି। ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ଯ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଏପଟେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି କରିଛି ସଂଘ।