୧୮ ହଜାର ଡେଟୋନେଟର ଓଡ଼ିଶା- ଝାଡ଼ଖଣ୍ଡ ସୀମାରୁ ଜବତ କଲେ ସୁରକ୍ଷାବାହିନୀ

youtube

ରାଉରକେଲା : ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ସୁରକ୍ଷାବାହିନୀ ।  ଜବତ ହେଲା ୧୮ ହଜାର ଡେଟୋନେଟର ।  ସୁରକ୍ଷାବାହିନୀ ଦ୍ବାରା ୧୮ହଜାର ଡେଟୋନେଟର ଜବତ ହୋଇଛି ।  ଓଡ଼ିଶା- ଝାଡ଼ଖଣ୍ଡ ସୀମା ଜରେଇକେଲା ଥାନା ସରଣ୍ଡା ଜଙ୍ଗଲରୁ ଜବତ କରିଛନ୍ତି ସୁରକ୍ଷାବାହିନୀ ।

ଉଦ୍ଧାର ପରେ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଗୁଡିକୁ ନଷ୍ଟ କରିଦିଯାଇଛି। ଟଣ୍ଟୋ ଥାନା ହୁସିପି ଗାଁର ଜଙ୍ଗଲ ଓ ପାହାଡ଼ରେ ଏସବୁ ବିସ୍ଫୋରକ ଲୁଚାଇ ରଖାଯାଇଥିଲା ।

ଗୁପ୍ତ ସୂଚନା ଆଧାରରେ ଖବର ପାଇ ସୁରକ୍ଷାବାହିନୀ ଟଣ୍ଟୋ ଥାନା ହୁସିପି ଗାଁରେ ଚଢ଼ାଉ କରିଥିଲା। ଡେଟୋନେଟର ଉଦ୍ଧାର ପରେ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଗୁଡ଼ିକୁ ଘଟଣାସ୍ଥଳରେ ସୁରକ୍ଷିତ ଭାବେ ନଷ୍ଟକରି ଦିଆଯାଇଛି।

Leave A Reply

Your email address will not be published.