
ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ । ଆକ୍ରମଣ ପ୍ରଚ୍ଛଦପଟ୍ଟରେ ଯିଏ ଅଛି ତାଙ୍କର ଗିରଫ ଜରୁରୀ । ମାସ ମାସ ଧରି ତଦନ୍ତ ଚାଲିଲେ ହେବ ନାହିଁ ତିନି ଦିନ ଭିତରେ ତଦନ୍ତ ସରିବା ଦରକାର । ସରକାର ଆକ୍ସନ ନେବା ଦରକାର ବୋଲି OAS ସଂଘ । ତେବେ ବନ୍ୟାଞ୍ଚଳରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ସେହିପରି ରଥଯାତ୍ରାରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଂଘ ୩ଟି ଦାବି ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି । ସେ ନିଶ୍ଚିତ ଆକ୍ସନ ନେବେ । ଯିଏ ଏହି ଘଟଣା ପଛରେ ରହିଛି ତା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛି OAS ସଂଘ ।