ପୁଣି ନିଷ୍କ୍ରିୟ ହେଲା ଭୁଲ୍‌ବଶତଃ ସକ୍ରିୟ ହୋଇ ଯାଇଥିବା ପାକିସ୍ତାନୀ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌

add-all

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପ୍ରତିଶୋଧମୂଳକ କାର୍ଯ୍ୟ ଭାବେ କେତୋଟି ପାକିସ୍ତାନୀ ଚ୍ୟାନେଲ୍‌ ଓ ସୋସିଆଲ୍‌ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ। ତେବେ ସେଗୁଡ଼ିକୁ ଗତକାଲି ପୁଣି ଥରେ ସକ୍ରିୟ ହୋଇଥିବାର ଦେଖିବାକୁ ମିଳିଥିଲା। ଆକାଉଣ୍ଟ୍‌ଗୁଡ଼ିକୁ ସକ୍ରିୟ ହେବାର ଦେଖି କେହି କେହି ପ୍ରତିବନ୍ଧକ ହଟିଲା ବୋଲି ଅନୁମାନ କରୁଥିଲେ। ମାତ୍ର ଏବେ ଜାଣିବାକୁ ମିଳିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏପରି ହୋଇଥିଲା। ଏବେ ବି ପାକିସ୍ତାନୀ ଆକାଉଣ୍ଟ୍‌ଗୁଡ଼ିକ ଉପରେ ଭାରତରେ ପ୍ରତିବନ୍ଧକ ବଳବତ୍ତର ରହିଛି।

ଆକାଉଣ୍ଟ୍‌ଗୁଡ଼ିକୁ ସକ୍ରିୟ ହେବାର ଦେଖି ତୀବ୍ର ପ୍ରତିକ୍ରିୟା ପରେ ଗୁରୁବାର ଦିନ ଭାରତରେ ଅନେକ ପ୍ରମୁଖ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ଅବରୋଧ କରାଯାଇଛି। ହାନିଆ ଆମିର, ମାହିରା ଖାନ, ଶାହିଦ ଆଫ୍ରିଦି, ମାୱରା ହୋକାନ୍ ଏବଂ ଫୱାଦ ଖାନଙ୍କ ଭଳି ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ପ୍ରୋଫାଇଲ୍ ଗୁରୁବାର ସକାଳ ସୁଦ୍ଧା ପୁଣି ଥରେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ନିଷ୍କ୍ରିୟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ହୋଇଥିବା ଆକ୍ରମଣକୁ ବିରୋଧ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରତିବନ୍ଧିତ ହୋଇଥିବା ସବା କ୍ବାମାର, ମାୱରା ହୋକାନ, ଆହଦ ରାଜା ମୀର, ହାନିଆ ଆମିର, ୟୁମନା ଜୈଦି ଏବଂ ଦାନିଶ ତୈମୁର ସମେତ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଗତକାଲି ସେଗୁଡ଼ିକ ବୁଧବାର ଦିନ ଭାରତରେ ପୁଣି ଥରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.