ଡ୍ୟୁଟି ସାରି ଫେରୁଥିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

add-all

କଟକ:ଅଭାବନୀୟ ଘଟଣା । ଛତ୍ରବଜାର ଅର୍ବାନ ହାଟ ନିକଟରେ ହୋମ୍‌ଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ମନୋରମା ମାଲଗୋଦାମ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି।

ସୂଚନାମୁତାବକ, କଟକ ଛତ୍ରବଜାରରେ ମହିଳା ହୋମ୍‌ଗାର୍ଡ ମନୋରମା ପଣ୍ଡାଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ଡ୍ୟୁଟି ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଟ୍ରକ୍‌ ପଛପଟରୁ ଧକ୍କା ଦେଇଥିଲା।

ଧକ୍କା ଦେଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଛି । ଏଥିସହ ମହିଳା ହୋମ୍‌ଗାର୍ଡଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମାଲଗୋଦାମ ଥାନା ଆଇଆଇସି ରଜନୀକାନ୍ତ ଦାଶଙ୍କ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.