ସ୍କୁଲ ଗ୍ରେଡିଂ ସିଷ୍ଟମ; ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା

youtube

ଭୁବନେଶ୍ୱର : ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା । କେନ୍ଦ୍ର ସରକାରଙ୍କ ଦ୍ବାରା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI-2.0) ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ଓଡ଼ିଶା ୫ମ ସ୍ଥାନ ହାସଲ କରିଛି ।

୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୫୯୫.୬ ସ୍କୋର ହାସଲ କରି ପ୍ରଚେଷ୍ଟା-୩ ଗ୍ରେଡ ପାଇଛି । ଏହାକୁ ନେଇ Xରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟରେ ଫାଇଭ ଟି ଉପକ୍ରମ ଅଧୀନରେ ପ୍ରାୟ ୭୦୦୦ ସ୍କୁଲକୁ ରୂପାନ୍ତରିତ କରାଯାଇଛି ।  ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଆକାଂକ୍ଷା ଓ ସୁଯୋଗ ସୃଷ୍ଟି କରିଛି । ଶିକ୍ଷା ଦ୍ବାରା ପ୍ରତି ଶିଶୁକୁ ସଶକ୍ତ କରିବା ଆମ ସରକାରର ବିଶ୍ବାସ ଥିଲା । ଏଥିପାଇଁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ।

Leave A Reply

Your email address will not be published.