ମନୋଜିତ୍‌ ମିଶ୍ରଙ୍କ ବିରୋଧରେ ଆସିଲା ନୂଆ ଅଭିଯୋଗ

add-all

କୋଲକାତା: କୋଲକାତାର ଆଇନ୍‌ କଲେଜ ଛାତ୍ରୀଙ୍କ ଦୁଷ୍କର୍ମ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ବିରୋଧରେ ଆସିଛି ପୁଣି ଏକ ନୂଆ ଅଭିଯୋଗ। ନୂତନ ଅଭିଯୋଗକାରୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ମନୋଜିତ୍‌ ପୂର୍ବରୁ ମଧ୍ୟ ଛାତ୍ରମାନଙ୍କୁ ମାନସିକ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ।

ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ତାଙ୍କର ଜଣେ ବନ୍ଧୁଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ସେ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି “ମୋର ଜଣେ ବନ୍ଧୁକୁ ସେ ବାରମ୍ବାର ଟାର୍ଗେଟ କରିଥିଲେ। ତାଙ୍କ ଗୁଣ୍ଡାମାନେ ଥରେ ମୋ ବନ୍ଧୁକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ଆମକୁ ମାଡ଼ ମାରିଥିଲେ।’’

ଆକ୍ରମଣକାରୀମାନେ ଏକ ଚେତାବନୀ ବି ଦେଇଥିଲେ। ଯଦି ସେମାନେ ଏ ସଂପର୍କରେ କାହାକୁ କହନ୍ତି ତ ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା କହିଛନ୍ତି ଅଭିଯୋଗକାରୀ।

“ମୋ ବନ୍ଧୁ ଏବଂ ମୋତେ ମାନସିକ ନିର୍ଯାତନା ଦିଆଯାଇଥିଲା। ମୋ ବନ୍ଧୁଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା, ବ୍ଲେଡ୍ ଏବଂ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା ଏବଂ ସେ ଆମକୁ ଆକ୍ରମଣର ଭିଡିଓ ଦେଖାଇ ଧମକ ମଧ୍ୟ ଦେଇଥିଲେ’’ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଛାତ୍ର ଜଣକ ଆହୁରି ବି କହିଛନ୍ତି ଯେ ପ୍ରବଳ ଭୟ ଏବଂ ଆଘାତ ଯୋଗୁ ସେ ଏବଂ ତାଙ୍କ ବନ୍ଧୁ ଗତ ଦଶ ମାସ ଧରି କଲେଜକୁ ପଢ଼ିବା ପାଇଁ ଆସିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୮ ତାରିଖରେ ମନୋଜିତ ମିଶ୍ର ଏବଂ ଅନ୍ୟ ଦୁଇଜଣଙ୍କୁ ଦକ୍ଷିଣ କଲିକତା ଆଇନ କଲେଜର ଜଣେ ମହିଳା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ପୀଡିତା ସେମାନଙ୍କ ବିରୋଧ ପୁଲିସ ଅଭିଯୋଗ ଦାୟର କରିବା ପରେ ମାମଲା ଉଗ୍ର ରୂପ ନେଇଛି।

ad-week
Leave A Reply

Your email address will not be published.