
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଷଷ୍ଠ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ମହୋତ୍ସବର ଦ୍ଵିତୀୟ ଦିନରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧି ନଗର ଛକ ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ସ୍ଥଳରୁ ବାହାରି ନଗର ପରିକ୍ରମା ସହ ପ୍ରକାଶମ୍ ହାଲ୍ ଠାରେ ପହଂଚିଥିଲେ। ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନ୍ୟୁନ ଷାଠିଏଟି ଦଳ ବିଭିନ୍ନ ବେଶ ଭୁଷାରେ ନୃତ୍ୟ ପରିବେଷଣ କରିଥିଲେ। କନ୍ଧମାଳ ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡା, ଶବର ପାତ୍ର, ସନାତନ ଗୌଡ଼, କଳାପ୍ରାଣ କୈଳାସ ପାଣିଗ୍ରାହୀ, କେ. କାମରାଜୂ ପାତ୍ର, ପି. ଶିବ ପ୍ରସାଦ ରାଓ, ବ୍ରହ୍ମାନନ୍ଦ ଗୌଡ଼, ମହେନ୍ଦ୍ର କୁମାର ସାହୁ, କେଶବ ସିଅ, ମୃତ୍ୟୁଞ୍ଜୟ ତ୍ରିପାଠୀ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଫୁଲ୍ଲ ବେହେରା, ସୁଦାମ ପଟ୍ଟନାୟକ, ଭଗବାନ ନାୟକ, ରାମ ପ୍ରସାଦ ସାବତ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା।

ପ୍ରକାଶମ୍ ହାଲ୍ ଠାରେ କିନ୍ନର ମହାସଂଘ ସଭାପତି ସୁଇଟି ସାହୁଙ୍କ ଦ୍ୱାରା ଉଦଘାଟିତ ତଥା ଶଙ୍କର୍ଷଣ ସାବତଙ୍କ ସଂଯୋଜିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମାଗତ କଳାକାର ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ତତ୍ପରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବ ସଭାରେ ପ୍ରାକ୍ତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପ୍ରାକ୍ତନ ବି. ଡ଼ି. ଏ. ଚେୟାରମ୍ୟାନ ସୁବାସ ମହାରଣା, ରଶ୍ମି ଏଣ୍ଟେରପ୍ରାଇଜର୍ସ ପ୍ରୋପାଇଟର କେ. ରାଜ କୁମାର ସେନାପତି, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଠା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କଳାକାର ସମାଜ ଅସ୍ମିତାର ଦ୍ୟୋତକ ରୂପେ ପ୍ରତିଭାତ ହୋଇଥିବା ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ।
ସଂଘ ପକ୍ଷରୁ ବରିଷ୍ଠ କେନ୍ଦରା ବାଦକ ଜି. ଆରେୟା ଓ ଜି. କୋଟେଶୁ, ମୁଖଵୀଣା ବାଦକ ଇ. ସୋମନାଥ, ବରିଷ୍ଠ କଳାକାର କୃଷ୍ଣ ଚନ୍ଦ୍ର ଗୌଡ଼ ଏବଂ ଆନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ଲୋକକଳାବିତ୍ ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଅଭିରାମ ରାଉଳ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, କିଶୋର ମହାରଣା, ହରିଶ୍ଚନ୍ଦ୍ର ବରଡ଼, ବିଜୟ ପଲେଇ, ବଳଦେବ ସାହୁ, ଚନ୍ଦ୍ରଭାନୁ ନାୟକ, ପାଣ୍ଡବ ପ୍ରଧାନ, ଗୁରୁପ୍ରସାଦ ଦୀକ୍ଷିତ, ଅଳୟ ଜେନା, ଚିତ୍ତ ରଞ୍ଜନ ଦଳେଇ, ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ, ବନ୍ଦନା ମହାପାତ୍ର, ଗୀତା ସ୍ୱାଇଁ, ଛବିରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଉତ୍ସବର ଅନ୍ତିମ ଚରଣରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।