ରାମଚରିତ ମାନସ ମନ୍ଦିର ଭୂମି ପୂଜନ କଲେ ରାମଭଦ୍ରାଚାର୍ଯ୍ୟ

add-all

ପୁରୀ:ମଙ୍ଗଳାଘାଟ ଠାରେ ଆୟୋଜିତ ରାମଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମଵିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ସୂଚନାଯୋଗ୍ୟ ଯେ, ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପାଟଣା ଗ୍ରାମରେ ଭଗବାନ ଶ୍ରୀରାମ ଚରିତ ମାନସ ଭବ୍ୟ ମନ୍ଦିର ହେବା ଏକ ସୌଭାଗ୍ୟର ବିଷୟ ଏବଂ ଏହି ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବାକୁ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କ ଆଗମନ ଆମ ପାଇଁ ଆଶୀର୍ବାଦ। ଏଠାରେ ରାମ ଚରିତ ମାନସ ମନ୍ଦିର ପ୍ରତିଷ୍ଠା ହିନ୍ଦୁ ପରମ୍ପରାର ଏକ ଅନନ୍ୟ ନିଦର୍ଶନ।

ad-week
Leave A Reply

Your email address will not be published.