୮ରେ ହେବ ବିଜେପି ରାଜ୍ୟ ସଭାପତି ଘୋଷଣା, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ

youtube

ଭୁବନେଶ୍ୱର : ମନମୋହନ ପୁଣି ରିପିଟ ହେବେ ନାଁ ନୂଆ ଚେହେରାଙ୍କୁ ଦାୟିତ୍ବ ?  ଜୁଲାଇ ୮ ରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ ।  ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ।  ୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।

୭ ତାରିଖରେ ହେବ ନାମାଙ୍କନ ପତ୍ର ଦାଖଲ ।  ୮ ତାରିଖରେ ଭୋଟ ଓ ଫଳାଫଳ ଘୋଷଣା ହେବ ।  ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ । ଜୁଲାଇ ୧ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବାର ଥିଲା ।  କିନ୍ତୁ ପୁରୀ ଦଳାଚକଟା ଘଟଣା ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା ।  ଏବେ ପୁଣି ଆରମ୍ଭ ହୋଇଛି ନିର୍ବାଚନ ପାଇଁ ପ୍ରକ୍ରିୟା ।

ପ୍ରତି ୩ବର୍ଷରେ ଥରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ ।  ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ମନମୋହନ ସାମଲ ।  ପୂର୍ବରୁ ମଧ୍ୟ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି ।  ଏବେ କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ମୁଖିଆ ନା ରିପିଟ ହେବେ ମନମୋହନ ତା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.