
ଭୁବନେଶ୍ବର: ପୁଣି ଜାମିନ୍ ଆବେଦନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ୍ ଆବେଦନ କଲେ । ଗତକାଲି SDJM କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା । ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଗୁରୁବାର ଆତ୍ମସମର୍ପଣ କରିବା ପରେ ଜଗନ୍ନାଥ ପ୍ରଧାନଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି ।
ତାଙ୍କ ନାଁରେ ୧୨୧(୨) ଧାରା ଭଳି ସଙ୍ଗୀନ ଧାରା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ୍ । ତେବେ ତାଙ୍କ ଓକିଲ ଜାମିନ୍ ଆବେଦନ କରିଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନକୁ JMFC କୋର୍ଟ ଖାରଜ କରିଦେଇଥିଲେ । ଫଳରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଦିଆଯାଇଛି । ଏବେ ସିଏ ଝାଡପଡା ଜେଲରେ ଅଛନ୍ତି ।
ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଛି ପୁଲିସ । ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଛି । ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।
କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ଯାଇଛନ୍ତି ଜଗନ୍ନାଥ ପ୍ରଧାନ । ହେଲେ ସେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଜଗନ୍ନାଥ ।