ଟିପିଏସ୍ଓଡିଏଲ୍ ପକ୍ଷରୁ ମାଲକାନଗିରିରେ ନୂତନ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

youtube

— ମାଲକାନଗିରି ଜିଲ୍ଲାର ୧.୧୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସେବା ଯୋଗାଇବ ନୂତନ ସିଆରସି
— ବିଲିଂ, ଅଭିଯୋଗ ପ୍ରତିକାର ଏବଂ ଡିଜିଟାଲ ସହାୟତା ସେବା ଉପଲବ୍ଧ
— ଆଦିବାସୀ ବହୁଳ ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସୁଦୃଢ଼ ବିଦ୍ୟୁତ ସେବା
— ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସପ୍ତମ ଗ୍ରାହକ ସେବା କେନ୍ଦ୍ର

ମାଲକାନଗିରି/ ବ୍ରହ୍ମପୁର : ବିଦ୍ୟୁତ ସେବାକୁ ଗ୍ରାହକ କୈନ୍ଦ୍ରିକ କରିବା ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରିରେ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର (ସିଆରସି) ଉଦଘାଟିତ ହୋଇଛି। ଯାହା ଫଳରେ ଜନଜାତି ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମାଲକାନଗିରି ଜିଲ୍ଲାର ଉପଭୋକ୍ତାମାନେ ଗୁଣାତ୍ମକ ସେବା ପାଇପାରିବେ।

କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ନୂତନ ସିଆରସିକୁ ଉଦଘାଟନ କରିଥିଲେ। ଏହା ଉପଭୋକ୍ତା ଏବଂ କମ୍ପାନୀର ବିଦ୍ୟୁତ ସେବା ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ସହ ଉଭୟ ଭୌଗଳିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ସ୍ଵତନ୍ତ୍ର ପରିଗଣିତ ହେଉଥିବା ମାଲକାନଗିରି ଜିଲ୍ଲାରେ ଗ୍ରାହକ ସେବାକୁ ସୁଦୃଢ଼ କରିବ।

ମୁଖ୍ୟତଃ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଘେରା ପାହାଡିଆ ଭୂମି ଯୋଗୁଁ ଅନେକ ଆହ୍ଵାନ ରହିଛି। ଏସବୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରିଛି । ଏଥିରେ ବିଲିଂ କାଉଣ୍ଟର, ଅଭିଯୋଗ ପ୍ରତିକାର କାଉଣ୍ଟର, ଏବଂ  ଉପଭୋକ୍ତାଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ରହିଛି।

ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ମାଲକାନଗିରି ଏକ ସଂସ୍କୃତି ସମୃଦ୍ଧ ଜିଲ୍ଲା। ଏଠାକାର ବାସିନ୍ଦାଙ୍କ ଜୀବନ ଶୈଳୀକୁ ଉନ୍ନତ କରିବା ପାଇଁ ସେମାନଙ୍କ ନିକଟରେ ଗ୍ରାହକ ସେବା ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ଆମର ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ନିକଟରେ ଉତ୍ତମ ମାନର ସେବା ପହଞ୍ଚିବ ଏବଂ ଏହା ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ।”

ଏହି ନୂତନ ସିଆରସି ପ୍ରାୟ ୫,୭୦୦ ବର୍ଗକିମି ପରିବ୍ୟାପ୍ତ ଅଞ୍ଚଳରେ ୧ ଲକ୍ଷ ୧୬ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସେବା ଯୋଗାଇବ। ବାଲିମେଳା, କାଳିମେଳା, ମାଥିଲି ଏବଂ ସୀମାନ୍ତ ମୋଟୁ ଅଞ୍ଚଳରେ ଗୁଣାତ୍ମକ ଗ୍ରାହକ ସେବା ମିଳିପାରିବ।

ଏହା ଟିପିଏସ୍ଓଡିଏଲର ସପ୍ତମ ଗ୍ରାହକ ସେବା କେନ୍ଦ୍ର। ପୂର୍ବରୁ ବ୍ରହ୍ମପୁର ( ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ), ରାୟଗଡ଼ା, ପାରଳାଖେମୁଣ୍ଡି, ଜୟପୁର, ଆସିକା ଏବଂ ହିଞ୍ଜିଳିକାଟୁରେ ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ସମଗ୍ର ଦକ୍ଷିଣ ଓଡ଼ିଶାରେ ସମାବେଶୀ ତଥା ଗୋଷ୍ଠୀ କୈନ୍ଦ୍ରିକ ବିଦ୍ୟୁତ ସେବା ଯୋଗାଇବା ନେଇ ଟିପିଏସ୍ଓଡିଏଲର ମିଶନରେ ଏହା ସହାୟକ ହେଉଅଛି।

Leave A Reply

Your email address will not be published.