ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ଚେହେରା, ବିଜେପି ସହ ହେବନି ମେଣ୍ଟ

add-all

ଚେନ୍ନଇ: ୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଏଥିସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିଜୟ କହିଛନ୍ତି ଯେ, ୨୦୨୬ ତାମିଲନାଡୁ ନିର୍ବାଚନରେ ତାଙ୍କ ଦଳ ​​ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଡିଏମକେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ। ସେ ଆହୁରି କହିଛନ୍ତି, ବିଜେପି କେବେବି ତାମିଲନାଡୁରେ ବଢିପାରିବ ନାହିଁ।

ବିଜୟ ସେପ୍ଟେମ୍ବରରୁ ତାଙ୍କର ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିବେ ବୋଲି ଟିଭିକେ ସାଧାରଣ ସମ୍ପାଦକ ଏନ ଆନନ୍ଦ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ବଡ଼ ସ୍ତରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ମଧ୍ୟ ଦଳ ପ୍ରସ୍ତାବ ଦେଇଛି। ଦଳର ବିଚାରଧାରାର ପ୍ରଚାର ପ୍ରସାର କରିବା ପାଇଁ ଗାଁମାନଙ୍କରେ ସାଧାରଣ ସଭା କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି।

ad-week
Leave A Reply

Your email address will not be published.