ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ମାନସ ରଞ୍ଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନ, ଅର୍ଥନୀତି ଅଧ୍ୟାପକ କାହ୍ନୁ ଗମାଙ୍ଗ, ଅଧ୍ୟାପକ ପ୍ରସନ୍ନ କୁମାର ପ୍ରଧାନଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ସ୍ଥାନୀୟ ସତ୍ୟସାଇ ସେବା ସମିତି ତରଫରୁ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ରାଜକିଶୋର ପାତ୍ର, ବାବୁ ପାଢ଼ୀ, ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷ ରୋପଣ ସମ୍ପର୍କିତ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ବୃକ୍ଷ ରୋପଣ କରିଥିଲେ।

ad-week
Leave A Reply

Your email address will not be published.