ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଧାନସଭା ଘେରାଉ : ଗଂଜାମରୁ ଯୋଗଦେଲେ ବିଭିନ୍ନ ମାନବବାଦୀ ଓ ଆମ୍ବେଦକରବାଦୀ

add-all

ବ୍ରହ୍ମପୁର : ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜାତିଆଣ ନିର୍ଯାତନା ଓ ଅମାନୁଷିକ ଆକ୍ରମଣର ଶିକାର ହୋଇଥିବା ପୀଡିତଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ବିଭିନ୍ନ ଗଣସଙ୍ଗଠନଙ୍କ ମିଳିତ ମଞ୍ଚ ଆମ୍ବେଦକରାଇଟ୍ ସଲିଡାରିଟି ଫୋରମ୍ ପକ୍ଷରୁ ବିଧାନସଭା ଘେରାଉ ହୋଇଛି l ଭୁବନେଶ୍ୱର ଠାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନ ପକ୍ଷରୁ ଆୟୋଜିତ ଏହି ବିଧାନସଭା ଘେରାଉରେ ଗଂଜାମ ଜିଲ୍ଲାରୁ ପ୍ରତିନିଧି ସ୍ୱରୂପ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବି ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଚାଷୀ ମୂଲିଆ ସଂଘର ଗଂଜାମ ଜିଲ୍ଲା ଆବାହକ ନିରାକାର ନାୟକ, ଆମ୍ବେଦକରବାଦୀ ରାଜେଶ ସେନାପତି, ଯୁବନେତା ସନାତନ ବେହେରା, ଉତ୍ତମ ବେହେରା,ଭଗବାନ ନାୟକ, ବସନ୍ତ ନାୟକ, ସନ୍ତୋଷ ବେହେରା,ଶିବ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦଳିତ,ଆଦିବାସୀ, ସଂଖ୍ୟାଲଘୁ ଓ ମହିଳାଙ୍କ ଉପରେ ଯେଉଁ ପ୍ରକାର ଭାବେ ଦମନ, ଅତ୍ୟାଚାର ଓ ହତ୍ୟା , ଦୁଷ୍କର୍ମ ଭଳି ଅମାନବୀୟ ଘଟଣା ବୃଦ୍ଧି ପାଉଛି , ତାହା ଚିନ୍ତାଜନକ l ସିଙ୍ଗିପୁର ଗ୍ରାମର ଦୁଇ ଜଣ ଅନୁସୂଚୀତ ବର୍ଗର ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନୁଷିକ ଘଟଣା ସମଗ୍ର ଭାରତ ବର୍ଷରେ ଆଜି ଚର୍ଚ୍ଚାର ବିଷୟ ହୋଇଥିଲାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଘଟଣା ସଂପର୍କରେ ମୁହଁ ନ ଖୋଲିବା ରାଜ୍ୟର ଅନୁସୂଚୀତ ଜାତି ଓ ଜନଜାତିଙ୍କ ପ୍ରତି ସରକାରଙ୍କ କେତେ ଦରଦ ରହିଛି, ତାହା ଜଣାପଡୁଛି l ଆଜି ଗୋ ରକ୍ଷା ନାଁରେ ଦାଦା ବଟି ଆଦାୟ କରିବା, ସଂଘବଦ୍ଧ ଆକ୍ରମଣ କରିବା, ଅମାନୁଷିକ ନିର୍ଯାତନା ଦେବା ଭଳି ଅମାନବୀୟ ଆକ୍ରମଣ ବିରୁଦ୍ଧରେ କୌଣସି ପ୍ରକାର ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସମାଜରେ ଜାତିଗତ ଓ ଧର୍ମ ଗତ ଦଙ୍ଗା ବୃଦ୍ଧି ପାଉଛି ବୋଲି ମତ ପ୍ରକାଶ ପାଇଛି l ଧରାକୋଟ ଘଟଣାର ପୀଡିତଙ୍କ ପରିବାରର ସୁରକ୍ଷା ସହ ଉଭୟ ପରିବାରଙ୍କୁ ୩୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବୀ ହୋଇଛି l

ad-week
Leave A Reply

Your email address will not be published.