ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା : ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ପୋଡିଙ୍ଗିର ସିଦ୍ଧାର୍ଥ ଗୌଡ

add-all

ହିଞ୍ଜିଳିକାଟୁ : ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରି କୁ ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ହିଞ୍ଜିଳିକାଟୁ ବ୍ଲକ୍ ଅର୍ନ୍ତଗତ ପୋଡିଙ୍ଗି ଗ୍ରାମ ର ସିଦ୍ଧାର୍ଥ ଗୌଡ (୧୯) | ଘରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରକୁ ଯାଇଥିଲେ ରୋଜଗାର କରିବାକୁ। ହେଲେ କିଏ ଜାଣିଥିଲା ଫେରିବେ ଶବ ହୋଇ । ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ପଶମିଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ସିଗାଛି ଫାର୍ମା କମ୍ପାନୀରେ ହୋଇଥିବା ବିସ୍ଫୋରଣରେ ହିଞ୍ଜିଳିକାଟୁ ବ୍ଲକ୍ ଅର୍ନ୍ତଗତ ପୋଡିଙ୍ଗି ଗ୍ରାମ ର ଡାକ ଗୈାଡ ଙ୍କ ପୂଅ ସିଦ୍ଧାର୍ଥ ଗୈାଡଙ୍କର ମୃତ୍ୟୁ ହୋଇଛି l ସିଦ୍ଧାର୍ଥ ପିଉସା କୃଷ୍ଣଚନ୍ଦ୍ର ଗୌଡଙ୍କ ପାଖରେ ରହି ଉକ୍ତ କମ୍ପାନୀ ରେ କାର୍ଯ୍ୟରତ ଥିଲେ । ଉକ୍ତ ରାସାୟନିକ କାରଖାନାରେ ଗତ ସୋମବାର ସକାଳ ପ୍ରାୟ ୮.୧୫ରୁ ୯.୩୦ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ କାରଖାନାରେ ପ୍ରାୟ ୧୮୯ ଶ୍ରମିକ କାମ କରୁଥିଲେ । ରିଆକ୍ଟରରେ ସାଙ୍ଘାତିକ ରାସାୟନିକ ପ୍ରତିକ୍ରିୟା ହେବା ଯୋଗୁ ବିସ୍ଫୋରଣ ହୋଇଥ‌ିବା ଜଣାପଡ଼ଛି । ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ମୋଟ ୩୮ ଜଣ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲ୍ଲାର ୩ ଜଣ ବୋଲି ସୂଚନା ମିଳିଛି ।
ତେବେ କମ୍ପାନୀ ତରଫରୁ ଶୁକ୍ରବାର ଅପରାହ୍ନରେ ତାଙ୍କ ଶବକୁ ଆମ୍ବୁଲାନ୍ସ ଯୋଗେ ମରଶରୀର ପୋଡଙ୍ଗି ଗ୍ରାମରେ ପହଞ୍ଚିଛି। ତେବେ ରୋଜଗାରିଆ ପୁଅର ଅକାଳ ମୃତ୍ୟୁରେ ସିଦ୍ଧାର୍ଥ ଙ୍କ ପୁରା ପରିବାର ଭାଙ୍ଗି ପଡିଥିଲା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଶଵ ପହଞ୍ଚିବା ପରେ ହିଞ୍ଜିଳିକାଟୁ , ତହସିଲଦାର ତପନ କୁମାର ମହାପାତ୍ର ,ଆସିକା ଶ୍ରମ ଅଧିକାରୀ ବି ହୃଷିକେଶ ରାଓ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.