
ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର ବି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ଆପଣ କିଛି ସମୟ ପାଇଁ ଦେଖନ୍ତୁ । ନଚେତ ହୁଏତ ଆପଣ ଏ ସୂଚନା ପାଇବାରୁ ବଞ୍ଚିତ ହୋଇପାରନ୍ତି । ହଁ ଆଜ୍ଞା ବ୍ୟାଙ୍କ ଏବେ ନିଜ ଗ୍ରାହକଙ୍କୁ ଆସ୍ବସ୍ତ କରାଇଛି । ଏବେ ଆପଣଙ୍କୁ ଆଉ ନିଜ ଖାତାରେ ମିନିମମ୍ ବାଲାନ୍ସ ରଖିବାକୁ ପଡିବନି । ଏମିତିକି ଏଥିପାଇଁ ଆପଣଙ୍କୁ ଆଉ ଜରିମାନା ବି ଦେବାକୁ ପଡିବନି ।
ଆଭରେଜ୍ ମନ୍ଥଲୀ ବାଲାନ୍ସ ସେହି ମିନିମମ୍ ବାଲାନ୍ସ ଯାହାକୁ ଗ୍ରାହକଙ୍କୁ ନିଜ ବାଙ୍କ ଖାତାରେ ରଖିବା ଜରୁରୀ । ଯଦି ବାଙ୍କ ଖାତାରେ ମିନିମମ୍ ବାଲାନ୍ସ ଠାରୁ କମ୍ ରାଶି ରହିଥାଏ ତାହେଲେ ବାଙ୍କ ଆଭରେଜ୍ ମନ୍ଥଲୀ ବାଲାନ୍ସ ରଖିବା କାରଣରୁ ଜରିମାନା ଲଗାଇଥାଏ । ସେଭିଙ୍ଗ୍ ଆକାଉଣ୍ଟ ଆଧାରରେ ଜରିମାନା ବି ଅଲଗା ଅଲଗା ରହିଥାଏ । କିନ୍ତୁ ଏବେ ଦେଶର ଅନେକ ପ୍ରମୁଖ ବାଙ୍କ ତାର ଖାତାଧାରୀଙ୍କୁ ଆସ୍ବସ୍ତ ଦେଇ ନିଜର ମିନିମମ୍ ବାଲାନ୍ସ ପ୍ରକ୍ରୀୟାକୁ ବାଧ୍ୟତାମୂଳକରୁ ହଟାଇଦେବାର ଘୋଷଣା କରିଛି । ଏପରି ହେଲେ ସେହି ଗ୍ରାହକଙ୍କୁ ଫାଇଦା ହେବ ଯେଉଁମାନେ ମିନିମମ୍ ବାଲାନ୍ସ ରଖିବାରେ ଅସମର୍ଥ ଥିଲେ ଏବଂ ତାଙ୍କ ଉପରେ ଚାର୍ଜ ଲାଗୁଥିଲା । ବାଙ୍କର ଏହି ପରିବର୍ତ୍ତନ ବାଙ୍କିଙ୍ଗକୁ ଆହୁରି ଅଧିକ ସହଜ ଓ ସରଳ ଗତି ଆଡକୁ ନେଇଯିବ ନିଶ୍ଚୟ ।
ତେବେ ଆସନ୍ତୁ ଜାଣିବା ସେହି ୪ଟି ବାଙ୍କ ସମ୍ପର୍କରେ । ପ୍ରଥମଟି ହେଉଛି ଇଣ୍ଡିଆନ ବାଙ୍କ୍ । ଇଣ୍ଡିଆନ୍ ବାଙ୍କ ନିକଟରେ ଘୋଷଣା କରିଛି ଯେ ୭ ଜୁଇାଇ, ୨୦୨୫ ଠାରୁ ତାର ସମସ୍ତ ଆକାଉଣ୍ଟରୁ ମିନିମମ୍ ବାଲାନ୍ସର ସର୍ତ୍ତକୁ ପୁରାପୁରୀ ଭାବେ ହଟାଇଦେବ । ଏପରି କରିବାର ମୂଳ ଉଦ୍ଦେଶ ହେଉଛି ଗ୍ରାହକଙ୍କ ଆର୍ଥିକ ବୋଝକୁ କମ୍ କରିବା ଏବଂ ବାକିଙ୍ଗ ସେବାକୁ ସମସ୍ତଙ୍କ ପାଇଁ ସୁଲଭ କରିବା । ଏହି ପଦକ୍ଷେପ ବିଶେଷ କରି ସେହି ଗ୍ରାହକଙ୍କ ପାଇଁ ଲାଭକାରୀ ହେବ ଯେଉଁମାନେ ଛୋଟମୋଟ ଟ୍ରାନଜାକସନ ପାଇଁ ନିଜ ଖାତାର ଉପଯୋଗ କରୁଛନ୍ତି ।
ଦ୍ବିତୀୟରେ ରହିଛି ଭାରତୀୟ ଷ୍ଟେଟ୍ ବାଙ୍କ୍
ଭାରତୀୟ ଷ୍ଟେ ବାଙ୍କ ପୂର୍ବରୁ ହିଁ ୨୦୨୦ ମସିହାରେ ନିଜର ସମସ୍ତ ସେଭିଙ୍ଗ ଆକାଉଣ୍ଯରୁ ମିନିମମ୍ ବାଲାନ୍ସର ଆବଶକତାକୁ ହଟାଇ ଦେଇଥିଲା । ଏହି ନୀତି ଅନୁଯାୟୀ ଗ୍ରାହକଙ୍କୁ ଏବେ ବାଲାନ୍ସ କମ୍ ହେବା ପରେ ମଧ୍ୟ ଜରିମାନା ଦେବାକୁ ପଡିବନି । ଏସବିଆଇର ଏହି ପଦକ୍ଷେପ କଷ୍ଟମର-ସେଣ୍ଟ୍ରିକ୍ ଆପ୍ରୋଚକୁ ଦର୍ଶାଇଥାଏ, ଯାହାଦ୍ବାରା ଲକ୍ଷ ଲକ୍ଷ ଖାତାଧାରୀଙ୍କୁ ନିଶ୍ଚିତ ଭାବେ ଆସ୍ବସ୍ତ କରାଇବ ।
ତୃତୀୟରେ କାନାରା ବ୍ୟାଙ୍କ
କାନାରା ବାଙ୍କ ମଧ୍ୟ ୨୦୨୫ରେ ନିଜର ସମସ୍ତ ପ୍ରକାରର ସେଭିଙ୍ଗ ଆକାଉଣ୍ଟରେ ଆଭରେଜ୍ ମନ୍ଥଲୀ ବାଲାନ୍ସର ସର୍ତ୍ତକୁ ହଟାଇବାକୁ ଘୋଷଣା କରିଛି । ଏପରି କରିବା ଦ୍ବାରା ବାଙ୍କର ଲୋକପ୍ରିୟତା ଆହୁରି ବଢ଼ିଯାଇଛି କାରଣ ଏବେ ଗ୍ରାହକଙ୍କୁ ଆଉ ମିନିମମ୍ ବାଲାନ୍ସ ରଖିବାର ଚିନ୍ତା ରହିବନାହିଁ ।
ଚତୁର୍ଥରେ ରହିଛି ପଞ୍ଜାବ ନାସନାଲ ବ୍ୟାଙ୍କ
ପିଏନବି ବା ପଞ୍ଜାବ ନାସନାଲ ବାଙ୍କ ମଧ୍ୟ ତାର ସମସ୍ତ ସେଭିଙ୍ଗ ଆକାଉଣ୍ଟରୁ ଆଭରେଜ୍ ମନ୍ଥଲୀ ବାଲାନ୍ସର ସର୍ତ୍ତକୁ ହଟାଇଦେବାର ନିଷ୍ପତ୍ତି ନେଇଛି । ପୂର୍ବରୁ ପିଏନବି ମିନିମମ୍ ବାଲାନ୍ସ କମ୍ ରହିଲେ ଜରିମାନା ଲଗାଉଥିଲା । କିନ୍ତୁ ବର୍ତ୍ତମାନର ନିଷ୍ପତ୍ତି ପରେ ବ୍ୟାଙ୍କର ଗ୍ରାହକଙ୍କୁ ଆର୍ଥିକ ଭାବେ ଆସ୍ବସ୍ତ ନିହାତି ମିଳିବ ।