ଆସନ୍ତକାଲି ଅନୁଷ୍ଠିତ ହେବ ପବିତ୍ର ସୁନାବେଶ, ଅପରାହ୍ନ ୫ ଟା ରୁ ରାତି ୧୧ ଯାଏ ଦେବେ ଦର୍ଶନ

youtube

ପୁରୀ : ଆସନ୍ତାକାଲି  ଏକାଦଶୀ ଅବସରରେ ଅନୁଷ୍ଠିତ ହେବ ପବିତ୍ର ସୁନାବେଶ  l ବାହୁଡ଼ାଯାତ୍ରାରେ ଫେରିଥିବା ମହାପ୍ରଭୁ ଆସନ୍ତାକାଲି ବଡ ତଢ଼ାଉ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ l ରଥ ଉପରେ ମହାପ୍ରଭୁ ଙ୍କ ମଧ୍ୟାହ୍ନଧୁପ ସାରିବାପରେ ସନ୍ଧ୍ୟା ଆଳତି ସହ ମେକlପ ସର୍ବାଙ୍ଗ ନୀତି କରାଯାଇ ସୁନାବେଶ ଲାଗି କରାଯିବା l ଅପରାହ୍ନ ପ୍ରାୟ 5 ଟାରୁ ସୁନାବେଶ ରେ ମହାପ୍ରଭୁ ବିଭୂଷିତ ହୋଇ ରାତି 11 ପର୍ଯାନ୍ତ ଦର୍ଶନ ଦେବେ l ସୁନାବେଶରେ ଗତ କିଛିବର୍ଷ ଧରି ସର୍ବାଧିକ ଜନ ସମାଗମ ହେଉଥିବାରୁ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପରି ସୁରକ୍ଷା ବନ୍ଦୋବସ୍ତ କରାଯିବ l ପ୍ରାୟ 10 ହଜାର ପୋଲିସ ଅଧିକାରୀ ଓ କର୍ମଚାରୀ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ପରିଚାଳନାରେ ମୁତୟନ ରହିବେ  l

Leave A Reply

Your email address will not be published.