ବ୍ରହ୍ମପୁର ରେ ପୁଣି ମୁଣ୍ଡ ଗଡ଼ିଲା : ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି ବେଲଗାମ୍ ଅପରାଧ..

ପୋଲିସ ପାଇଁ ସଂଗଠିତ ଅପରାଧ ଚିନ୍ତା ଜନକ…

youtube

ଗଞ୍ଜାମ ପୋଲିସ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚାଲିଛି ମୁଣ୍ଡ ଗଡ଼ିବା ପ୍ରତିଯୋଗିତା..!

ପୋଲିସ ପାଇଁ ଏକ ମାତ୍ର ବିକଳ୍ପ ଏବେ ଏନକାଉଣ୍ଟର…!


ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲାରେ ସଂଗଠିତ ଅପରାଧ ଚିନ୍ତାଜନକ ଭାବେ ବଢ଼ି ବାରେ ଲାଗିଛି। ଅପରାଧି ବି ଏବେ ବେଲଗମ୍। ଅପରାଧି ଗୋଷ୍ଠି ମଧ୍ୟରେ ଛକା ପଞ୍ଝା, ପ୍ରତିଶୋଧ ଓ ପତିଆରା ଜାହିର ଯାହାଫଳରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି। ପୂର୍ବ ଶତ୍ରୁତା ପାରିବାରିକ କହଳ ଯୋଗୁଁ ଆଇନଶୃଙ୍ଖଳା ସ୍ଥିତିର ବିଗିଡା ଚିତ୍ର ଦେଖିବାକୁ ମିଳୁଛି। ସୂଚନା ଥାଉକି ୭ ମାସରେ ୪୦ ରୁ ଉର୍ଦ୍ଧ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ହତ୍ୟାକାଣ୍ଡ ଘଟିଗଲାଣି। ଯେମିତି ଦୁଇ ପୋଲିସ ଜିଲ୍ଲାର ଅପରାଧୀ ଏବଂ ପୋଲିସ ମଧ୍ୟରେ ପ୍ରତିଯୋଗିତା ଚାଲିଛି l ଆଜି ପୁଣି ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଇଲାକାର ସିଙ୍ଗବାଡ଼ିରେ ଦିଲ୍ଲୀପ ପାତ୍ର ନାମକ ଏକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଗତ କାଲି ରାତ୍ରରେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ଯାହାକି ପୂର୍ବ ଶତ୍ରୁତା ଯୋଗୁ ଏହା ଘଟିଥିବା ପୋଲିସ ସନ୍ଦେହ କରୁଛି। ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ପ୍ରାୟ ୪୦ ରୁ ଉର୍ଦ୍ଧ ହତ୍ୟାକାଣ୍ଡ ଘଟିଲାଣି। ଅପରାଧତତ୍ତ୍ୱ ମାନେ ଏବେ ଗାଁ ରୁ ସହର ପର୍ଯ୍ୟନ୍ତ ବେଲଗାମ୍ ଭଳି କାର୍ଯ୍ୟ କରି ଚାଲିଛନ୍ତି। ଗଞ୍ଜାମ ଜିଲ୍ଲାରେ ଆଶିଷ ସିଂହ ଓ ନରସିଂହ ଭୋଳ ଆଇପିଏସ ଅଫିସରଙ୍କ ସମୟରେ ଯେଉଁ ଭଳି ୬୦ ରୁ ଉର୍ଦ୍ଧ ଏନ କାଉଣ୍ଟର ହୋଇଥିଲା। ସେହିଭଳି ପରିସ୍ଥିତିର ସାମନ୍ନା କରିବାକୁ ଗଞ୍ଜାମ ଜିଲ୍ଲା ପୋଲିସ କୁ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି, ଅପରାଧ ତତ୍ତ୍ୱ ମାନେ। ଚୋରା ମଦ ଓ ବାଲି କୁ ନେଇ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ମୁଣ୍ଡ ଗଡିଛି ଆଗକୁ ଆହୁରି ଗଡ଼ିବା ସମ୍ଭାବନା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ଡ଼ନ୍ ଏବେ ସ୍ଥାନୀୟ ନେତାଙ୍କ ଛତ୍ର ଛାୟା ତଳେ ରହି ସେମାନଙ୍କ କାର୍ଯ୍ୟ ହାସଲ ସାଙ୍ଗକୁ ଅପରାଧ କାର୍ଯ୍ୟ କଳାପ ରେ ଲିପ୍ତ ରହିବା ଫଳରେ ଆଜି ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଥାଉକି ବ୍ରହ୍ମପୁର ପୋଲିସ ଜିଲ୍ଲାର ବ୍ରହ୍ମପୁର, ଦିଗପହଣ୍ଡି, ଛତ୍ରପୁର, ଏବଂ ଚିକିଟି ଅଞ୍ଚଳ ଅତି ସ୍ପର୍ଶକାତର ହୋଇ ପଡିଛି, ଆଇନ ଶୃଙ୍ଖଳା ସମ୍ପୂର୍ଣ ଭୁଶୁଡି ଗଲାଣି କହିଲେ କିଛି ବି ଭୁଲ ହେବ ନାହିଁ l ସେହିଭକି ଗଞ୍ଜାମ ପୋଲିସ ଜିଲ୍ଲା ର ଆସିକା, ଭଞ୍ଜନଗର, କୋଦଳା, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଅତି ସ୍ପର୍ଶକାତର ହୋଇ ପଡିଛି କେତେବେଳେ କିଛିବି ଅଘଟଣ ଘଟି ପାରେ l ବାଲି ମାଫିଆ, ମଦ ମାଫିଆ ଏବଂ ଜମି ମାଫିଆ ମାନଙ୍କ ଭିତରେ ଚାଲିଛି ପ୍ରତିଯୋଗିତା l ପୋଲିସ ଏହି ମାଫିଆ ମାନଙ୍କ ଠାରୁ ପ୍ରବଳ ରୁ ଅତି ପ୍ରବଳ ବଟି ନେଇ ଏମାନଙ୍କୁ ସୁଯୋଗ ଦେଉଛି କାରଣ ସରକାରଙ୍କ ଯେକୌଣସି ପ୍ରୋଗ୍ରାମ ପାଇଁ ପ୍ରଥମେ ଏହି ମାଫିଆ ମାନଙ୍କ ସାହାଯ୍ୟ ଲୋଡ଼ାପଡେ ପୋଲିସ ଠାରୁ ନେତା ଯାଏ ଏହିମାନଙ୍କୁ ଗେଲ୍ହା ପୁଅ ପରି ମର୍ଯ୍ୟାଦା ଦେଇ ଥାନ୍ତି ତେଣୁ ବର୍ତ୍ତମାନ ଆଇନ ଶୃଙ୍ଖକା ଏବେ ବିପଦ ପୂର୍ଣ୍ଣ l ଆସିକା ଅଞ୍ଚଳ ରେ ଦୁଇ ମାଫିଆ ଗୋଷ୍ଠୀ ମଧ୍ୟରେ ବିବାଦ ପାଉଁଶ ତଳର ନୁଆଁ ଭଳି କୁହୁଳୁଛି କେତେବେଳେ ବି ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇଦେଇ ହେବ ନାହିଁ l ଯାହାଜି ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ l ତେଣୁ ବେଳ ଥାଉ ଥାଉ ପୋଲିସ ର ନିଦ ଭାଙ୍ଗିବା ଜରୁରୀ…!

Leave A Reply

Your email address will not be published.