
ମାଲକାନଗିରି : ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ । ମୃତ ମାଓବାଦୀ ହେଉଛନ୍ତି PLGA ବାଟାଲିୟନ ନମ୍ବର 1 ର ଡେପୁଟି କମାଣ୍ଡର ସୋଡି କନ୍ନା ଓରଫ ପଦନାମ । ପଦନାମ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନେଶନାଲ ପାର୍କ ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା ଯାହାକୁ ଆଧାର କରି ଡିଆରଜି, ସିଆରପିଏଫ ଓ ଏସଟିଏଫ ବାହିନୀର ଜବାନ ମାନେ ସେଠାରେ ଆରମ୍ଭ କରିଥିଲେ କୁମିଂ ଅପରେସନ । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୁଚନା ଦେଇଛନ୍ତି ।