ଯୁବକଙ୍କ ଜୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ସନ୍ଦେହ..!

youtube

ଉମରକୋଟ:- ( ୦୭/୦୭/୨୦୨୫) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୮ ନଂ ଡିଏନକେ ଅଞ୍ଚଳରେ ଥିବା କଇଲାଗୁଡ଼ା ଆଧିବାସୀ ଗ୍ରାମର ଏହି ରାସ୍ତାର ପାଖରେ ଥିବା ଡୁମୁର ଗଛରେ ଚନ୍ଦନ ବରକନ୍ଦାଜ (ଆନୁମାନିକ ବୟସ ୨୬ ବର୍ଷ), ପିତା- ସାଗର ବରକନ୍ଦାଜ ଙ୍କ ଜୁଲନ୍ତା ଶବ ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ଘଟଣାର ସୂଚନା ମିଳିବା ପରେ ଉମରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି, ଆବଶ୍ୟକ ପଞ୍ଚନାମା ପୂରା କରି ମୃତଦେହକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ଏହା ମୃତ୍ୟୁ ନା ଆତ୍ମହତ୍ୟା ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି ହୋଇଛି l ଉମରକୋଟ ଥାନା ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି।ସ୍ଥାନୀୟ ଲୋକଙ୍କ ମତାନୁସାରେ ଚନ୍ଦନ ବରକନ୍ଦାଜ ନିଜ ପରିବାର ସହ ସାଧାରଣ ଜୀବନ ଜାପନ କରୁଥିଲେ ଏବଂ କୌଣସି ଚାପ ରେ ବି ନଥିଲେ ତେଣୁ ଏପରି ଆତ୍ମହତ୍ୟା କାହିଁକି କରିବେ ଯାହାକୁ ନେଇ ଜନସାଧାରଣ ଙ୍କ ମନରେ ଅନେକ ସନ୍ଦେହ ଉଙ୍କି ମାରୁଛି । ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଦୁଇଟି ଗାଁ କୟଳାଗୁଡ଼ା ଓ ୮ ନଂ ଖୁଟୁଗୁଡା ଡିଏନକେ ଗ୍ରାମ ବାସୀ ଶୋକାକୁଳ ଅବସ୍ଥାରେ ଅଛିନ୍ତି। ପୋଲିସ ତଦନ୍ତ କରୁଛି ଆଗାମୀ ଦିନରେ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ଯୋଜନାଵଧ୍ୟ ଭାବରେ ହତ୍ୟା କରାଯାଇଛି ତାହା ସମୟ କହିବ।

Leave A Reply

Your email address will not be published.