ବଜ୍ରାଘାତରେ ଦୁଇ ଭାଇ ମୃତ

add-all

ଭଦ୍ରକ,୭।୭: ଭଦ୍ରକ ଜିଲାର ତିହିଡି ବ୍ଲକ ଅନ୍ତର୍ଗତ ହରସିଂହପୁର ପଞ୍ଚାୟତର ଚଣ୍ଡିସାହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଚାଷ କରୁଥିବା ବେଳେ ବଜ୍ରାଘାତରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି, ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଚଣ୍ଡିସାହି ଗ୍ରାମର ତିନି ଜଣ ଚାଷୀ ଚାଷ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ବଜ୍ରାଘାତ ହୋଇଥିଲା। ଏହି ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର, ଡାକ୍ତରମାନେ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତ ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.