ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସରକାରଙ୍କ ମେଗା ପ୍ଲାନ୍

add-all

ଭୁବନେଶ୍ବର: ପୁରୀ ପାଇଁ ସରକାର ବଡ଼ ଯୋଜନା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ପ୍ଲାନ୍ କରାଯାଉଛି। ଏକା ସାଙ୍ଗରେ ୨୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି।
ଚଳିତ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ପରେ ଆସନ୍ତା ବର୍ଷମାନଙ୍କ ପାଇଁ ବଡ଼ ଯୋଜନା ରାଜ୍ୟ ସରକାର କରୁଛନ୍ତି। ଏ ନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି ।
ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୂପରେଖ ପ୍ରସ୍ତୁତ କରାଯାଉଛି। ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ପ୍ରସ୍ତତିକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଉଛି ବୋଲି ଆଇନ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.