ଆସିକା ସହର ମଧ୍ୟରେ ଥିବା ଜନଗହଳି ରାସ୍ତା ଦେଇ ଚୋରା ବାଲି ହାଇୱା ରେ ହେଉଛି ଚାଲାଣ …….!

add-all

ପୋଲିସ କୁ ହାତ ବାରିସୀ କରି ଚୋରା ବାଲି ସମ୍ରାଟ ବେଧଡ଼କ ଭାବେ କରୁଛି ଚାଲାଣ…!

ପ୍ରଶାସନ ସାଜିଛି ନିରବଦ୍ରଷ୍ଟା.., ଦୁର୍ଘଟଣା ଘଟିଲେ ଦାୟୀ କିଏ ହେବ…?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ଜନଗହଳି ପୂର୍ଣ୍ଣ ସାହି ସୁନାମ୍ବ ଓ ତାଲୁକା ଦେଇ ଦୁଇ ଦିନ ହେଲା ରାତ୍ର ୧୦ ଘଣ୍ଟାରୁ ସକାଳ ଦଶ ଘଣ୍ଟା ପର୍ଯ୍ୟନ୍ତ ଧାଡ଼ି ଧାଡ଼ି ହୋଇ ହାଇୱା ରେ ବାଲି ଚାଲାଣ ହେଉଛି। ନାଁ ଅଛି ୱାଇ ଫର୍ମ ନାଁ ଅଛି ଅନୁମତି ପ୍ରଶାସନ ର ନାକ ତଳରେ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଛି।ପ୍ରଶାସନ ସବୁ ଜାଣି ମୋଟା ଅଙ୍କର ବଟି ନେଇ ନୀରବ ଦ୍ରଷ୍ଟା ସାଜିଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରୋଡ଼ ନିର୍ମାଣ କରୁଛନ୍ତି। ଭାରି ଯାନ ଯିବା ଆସିବା ଫଳରେ ରୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହେଉଛି। କିଛି ମାସ ପୂର୍ବେ ସୁନାମ୍ବ ସାହିରେ ଜଣେ ମହିଳାଙ୍କ ଗୃହ ଉପରେ ହାଇୱା ମାଡିଯିବା ଫଳରେ ଗୃହ ଭାଙ୍ଗି ଯାଇଥିଲା,ମହିଳା ଅଳ୍ପକେ ବର୍ତ୍ତୀ ଯାଇଥିଲେ। ଦୁର୍ଘଟଣା ପରେ ବସ୍ତି ବାସିନ୍ଦା ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରି ଦୁର୍ଘଟଣା ଘଟେଇ ଥିବା ହାଇ ୱା କୁ ପୋଲିସ ରେ ଜିମା ଦେଇଥିଲେ। ଜନଗହଳି ପୂର୍ଣ୍ଣ ରାସ୍ତା ଦେଇ ବେଆଇନ ଭାବେ ଯାଉଥିବା ବାଲି ଗାଡ଼ିକୁ ବନ୍ଦ କରିବା କୁ ସାହି ବାସିନ୍ଦା ମାନେ ଦାବୀ କରିଛନ୍ତି। କିନ୍ତୁ ପୋଲିସ ପ୍ରଶାସନ ର ଏଥି ପ୍ରତି ଦାୟିତ୍ୱ ନାହିଁ l ଯେଉଁ ବାଲି ଗାଡି ଯାଉଛି ଲୋକେ ଅଭିଯୋଗ କଲେ ଦେଖିବାକୁ ମିଳୁଛି ନାଲି ଆଖି କାରଣ ଏହି ବାଲି ମାଫିଆ ମାନେ ହେଉଛନ୍ତି ପୋଲିସ ର ଗେଲ୍ହା ପୁଅ ତେଣୁ ଏମାନଙ୍କ କାହାରିକୁ ଖାତିର ନାହିଁ ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି.. I

ad-week
Leave A Reply

Your email address will not be published.