୭୬ତମ ବନମହୋତ୍ସବ ପାଳନ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ର ୟୂଥ ଏଣ୍ଡ ଇକୋ କ୍ଲବ ଛାତ୍ରଛାତ୍ରୀ, ବିଦ୍ୟାଳୟ ରସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆସିକା ବନ୍ୟାଞ୍ଚଳ ଦକ୍ଷିଣ ଘୁମୁସର ବନଖଣ୍ଡ ଭଞ୍ଜନଗର ଙ୍କ ମିଳିତ ଆନୁକୂଲ୍ୟରେ ସୋମବାର ରାମଚନ୍ଦ୍ରପୁର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୬ତମ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବେଣୁଧର ସାହୁ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବନରକ୍ଷୀ ମୋହନ ଚାନ୍ଦ ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ ପଞ୍ଚାନନ ସ୍ଵାଇଁ ବିଦ୍ୟାଳୟର ଶିକ୍ଷକ ପ୍ରମୁଖ ମଞ୍ଚାସିନ ରହି ମାର୍ଗଦର୍ଶନ କରିଥିଲେ। ବର୍ତ୍ତମାନର ଆହ୍ୱାନ “ମା ପାଇଁ ଗଛଟିଏ” ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଉପସ୍ଥିତ ସମସ୍ତେ ଗଛ ଲଗାଇଵା ସହ ଏହାର ରକ୍ଷଣାବେକ୍ଷଣ କରିଵା ପାଇଁ ଶପଥ ନେଇଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ କ୍ରିଡା ଶିକ୍ଷକ ଅଶୋକ କୁମାର ସାହୁ,ସ୍ଵାଗତିକା ପାଣିଗ୍ରାହୀ, ସସ୍ମିତା କୁମାରୀ ପାତ୍ର,ଦିପ୍ତୀମୟୀ ଦାସ କିରାଣି କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.