୩୦୦ ୟୁନିଟ ମାଗଣା ବିଦ୍ୟୁତ ନିର୍ବାଚନୀ ଜୁମଲା..!

youtube

ବାକ୍ୟ ବୀରରେ ସୀମିତ ଡ଼ବଲ ଇଞ୍ଜିନ ସରକାର …..!

ବ୍ରହ୍ମପୁର: ବିଜେପି ସରକାରଙ୍କ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁନିସିପାଲିଟି ଘୋଷଣା ପାଣିରେ ଗାର ସଦୃଶ୍ୟ ହୋଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାର ପ୍ରାୟ ୩୦ ଗୋଟି ନୂତନ ଏନଏସି ଏବଂ ପୌରପରିଷଦ ଗଠନ ପ୍ରକ୍ରିୟା ଆରମ୍ଭ କରି ଘୋଷଣା ନାମା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ବିଜେପି ସରକାର ଆସିବା ପରେ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦ ଘୋଷଣା ନାମାର କିଛି ପ୍ରକ୍ରିୟା ହୋଇନଥିବା କହିଥିଲେ। ଚଳିତ ବର୍ଷ ହୋଲି ଦିନ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ମାର୍ଚ୍ଚ ମାସ ୧୪ ତାରିଖରେ ଖୁବ ଶୀଘ୍ର ନୂତନ ପୌରପରିଷଦ ଘୋଷଣା ହେବ ବୋଲି କହିଥିଲେ। ମନ୍ତ୍ରୀଙ୍କ ଘୋଷଣା ନାମା କୁ ଇତି ମଧ୍ୟରେ ୪ ମାସ ପୂର୍ତ୍ତି ହେବାକୁ ଯାଉଛି। ମନ୍ତ୍ରୀଙ୍କ ଘୋଷଣା ନାମା କେବଳ ବାକ୍ୟରେ ରହି ଯାଇଥିବା ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା ହେଉଛି। ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୋଦି ଦେବେ ୩୦୦ ୟୁନିଟ ମାଗଣା ବିଜୁଳି ଏବଂ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ କହିଥିଲେ ବିଜେପି ସରକାର ଗଠନ କରିବାର ୨୪ ଘଣ୍ଟା ମଧ୍ୟରେ ଅଡ଼ିନାନ୍ସ କରି ସମସ୍ତ ଚିଟଫଣ୍ଡ ଉପଭୋକ୍ତା ଙ୍କୁ ସେମାନଙ୍କ ଜମା ରାଶି ଫେରାଯିବ ବୋଲି। ଡ଼ବଲ ଇଞ୍ଜିନ ସରକାର କେବଳ ବାକ୍ୟ ବୀର ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି। “ଦିଲ୍ଲୀକା ଲଡ଼ୁ ଯୋ ଖାୟା ପାଷ୍ଟାୟା ଯୋ ନାହିଁ ଖାୟା ୱଭି ପାଷ୍ଟାୟା” ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.