“ଗଞ୍ଜାମ ଜିଲ୍ଲା ଫୁଟବଲ ଲିଗ ୨୦୨୫”

youtube

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଫୁଟବଲ ଲିଗ ୨୦୨୫ ର ସେମି-ଫାଇନାଲ ରେ ବାରର୍କ ଏଫ. ସି, ଗ୍ରୀନ ଚିଲି ପଦ୍ମନାଭପୁର, ବ୍ରହ୍ମପୁର ପୋଲିସ ଓ ନଟରାଜ ଏଫ. ସି କ୍ଲବ। ଲିଗ ର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବାରର୍କ ଏଫ୍. ସି ଓ ଗ୍ରୀନ ଚିଲି ପଦ୍ମନାଭପୁର ମଧ୍ୟରେ ଖେଳା ଯାଇଥିଲା। ସେମି ଫାଇନାଲ ମ୍ୟାଚ ରେ ଗ୍ରୀନ ଚିଲ୍ଲୀ ପଦ୍ମନାଭପୁର ଏଫ. ସି ୦୧ ଗୋଲ କରିଥିବା ବେଳେ ବାରର୍କ ଏଫ. ସି ୦୪ ଟି ଗୋଲ କରି ଗ୍ରୀନ ଚିଲ୍ଲୀ କୁ ହରାଇ ପ୍ରଥମେ ଫାଇନାଲ କୁ ପ୍ରବେଶ କରିଛି। ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ବ୍ରହ୍ମପୁର ପୋଲିସ ସହ ନଟରାଜ ଏଫ୍. ସି ମଧ୍ୟରେ ରେ ହୋଇଥିଲା। ନଟରାଜ ଏଫ. ସି ୦୧ ଗୋଲ କରିଥଲେ ଏବଂ ବ୍ରହ୍ମପୁର ପୋଲିସ ୦୩ ଗୋଲ କରି ଫାଇନାଲ ରେ ପ୍ରବେଶ କରିଛନ୍ତି। ଏହି ସେମି ଫାଇନାଲ ମ୍ୟାଚ ରେଫ୍ରି ଥିଲେ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଭିନସେଣ୍ଟ ଦାସ, ଗୋପାଳ ଚନ୍ଦ୍ର ପଣ୍ଡା ଓ ଅଭିମନ୍ୟୁ ବେହେରା। ଆଜିର ସେମି ଫାଇନାଲ ମ୍ୟାଚ ରେ ଅତିଥିଭାବେ ଯୋଗ ଦେଇଥିଲେ ବ୍ରହ୍ମପୁର ପୋଲିସ ସଙ୍ଘ ର ସଭାପତି ଶ୍ରୀ ନୟନ ଆଚାର୍ଯ୍ୟ ଓ ବ୍ରହ୍ମପୁର ପୋଲିସ ସଙ୍ଘ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମାରାଥ ଏବଂ ଏଲ୍. କେ ରାଓ ରେଡି, ଶ୍ରୀ ଡି. ଆପାରାଓ ,ଶ୍ରୀ ବିଜୟୀ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି. ଡି. ଗନ୍ତାୟତ, ରାଜେନ୍ଦ୍ର ଗନ୍ତାୟତ, ଗୋପାଳ ପଣ୍ଡା, ପ୍ରମୋଦ ମହାରଣା, ରାଜେନ୍ଦ୍ର ସାହୁ, ବି. ଜେ ପାତ୍ର, ଜି. ଏମ ବାବୁ ଏବଂ ଗଞ୍ଜାମ ଜିଲ୍ଲା ସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି। ଆସନ୍ତା କାଲି “ଗଞ୍ଜାମ ଲିଗ ୨୦୨୫” ର ଫାଇନାଲ ମ୍ୟାଚ ବ୍ରହ୍ମପୁର ପୋଲିସ ଦଳ ବନାମ ବାରର୍କ ଏଫ୍. ସି ମଧ୍ୟରେ ସାନ୍ଧ୍ୟ ୪ ଘଂଟିକା ରେ ଖେଳାଯିବ।

Leave A Reply

Your email address will not be published.