
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା। ଆଜି ସକାଳ ଠାରୁ ଡ୍ରାଇଭର ମାନେ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ବସିଛନ୍ତି। ଯେଉଁ ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘର ଦାବି ଗୁଡିକୁ ରାଜ୍ୟ ସରକାର ପୂରଣ ନ କରନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଡ୍ରାଇଭର ମହାସଂଘ କହିଛି l ଅପରପକ୍ଷରେ ଡ୍ରାଇଭର ମହାସଂଘର ବନ୍ଦ ଡାକରା ଯୋଗୁଁ ବହୁ ବେସରକାରୀ ଯାନ ବାହାନ ଚଳା ଚଳ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ପଥଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ପୂର୍ବ ସରକାର ସମୟରେ ମଧ୍ୟ ରାଜ୍ୟ ଡ୍ରାଇଭର ମହାସଂଘର ଡାକରାରେ ଏକ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା। ବିଗତ ଦିନରୁ ଡ଼୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଏହି ସମୟ ମଧ୍ୟରେ ଡ଼୍ରାଇଭର ମାନଙ୍କର କେବଳ ଗୋଟିଏ ଦାବୀ ପୂରଣ ହୋଇଛି। ଗତ ମାର୍ଚ୍ଚ ୨୯ ରୁ ୬ ଦିନ ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗରେ ଡ଼୍ରାଇଭର ମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ହେଲେ ସରକାର ଡ଼୍ରାଇଭର ମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। ଫଳରେ ଡ଼୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ଏବଂ ସମସ୍ତ ଡ଼୍ରାଇଭର ବଡ ଆନ୍ଦୋଳନ କୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାସଂଘର ୭ଦଫା ଦାବୀ ଗୁଡ଼ିକ ହେଲା, ଡ଼୍ରାଇଭର ଉନ୍ନୟନ ବୋର୍ଡ଼ରେ ଅଟୋ ଚାଳକଙ୍କୁ ସାମିଲ କରିବା ସହ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ଼୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ୬୦ ବର୍ଷ ପରେ ସ୍ବତନ୍ତ୍ର ଭତ୍ତା, ଗାଡ଼ି ପାଇଁ ପାର୍କିଂ ସ୍ଥଳ ଓ ଡ଼୍ରାଇଭର ମାନଙ୍କ ପାଇଁ ବିଶ୍ରାମ ସ୍ଥାନ, ଖଣି ଖାଦାନ ଏବଂ କାରଖାନାରେ ୭୦ ପ୍ରତିଶତ ଓଡ଼ିଆ ଡ଼୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ୧ ତାରିଖକୁ ଡ଼୍ରାଇଭର ଦିବସ ଘୋଷଣା କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ।