ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ‘ବନ ମହୋତ୍ସବ ସପ୍ତାହ’ ପାଳନ

youtube

ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ରୋପଣ ହେଲା ଚାରା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ସୋମବାର ଓଡିଶା ଆଦର୍ଶ ବିଦ୍ୟାଳୟ କରାପଲ୍ଲୀ ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ୱବୋଧନାରେ ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ‘ବନ ମହୋତ୍ସବ ସପ୍ତାହ ପାଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟ କରାପଲ୍ଲୀ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ସହ ବୃକ୍ଷ କୁ କେମିତି ଠିକ ଭାବରେ ରୋପଣ କରିବା, ତାର କିଭଳି ଯତ୍ନ ନେବା, ବୃକ୍ଷ ଦ୍ୱାରା କ’ଣ ଉପକାର ହୁଏ ଆଦି ବିଷୟରେ ଆଲୋଚନା କରିଯାଇ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଯାଇଥିଲା। ଗଛ ନାହିଁ ତ-ଜୀବନ ନାହିଁ,ବୃକ୍ଷ ବିହୁନେ ମାଟି କ୍ଷୟ-ବନ୍ୟା ମରୁଡି ବିପର୍ଯୟ,ଗଛକୁ ଦୁଇ ବର୍ଷର ସେବା ଦିଅ-ଶହେ ବର୍ଷର ସେବା ନିଅ, ଆମ ପରିବେଶ-ଆମ ଦାୟିତ୍ୱ ଆଦି ନାରା ଦିଆଯାଇଥିଲା l ତା’ସହିତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏବଂ ବିଜେତା ତଥା ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥ ଏବଂ ଉପସ୍ଥିତ ପଦାଧିକାରୀଙ୍କ ଦ୍ୱାରା ପୁରସ୍କୃତ କରିଥିଲେ l

ଏହି ଅବସରରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜ୍ଞାନ ରଞ୍ଜନ ବାରିକ,ପରିବାର ଅଦାଲତ ବିଚାରପତି ଜାନକୀ ବିଶ୍ୱାଳ, ସ୍ୱତନ୍ତ୍ର ପୋକସୋ ବିଚାରପତି ପ୍ରଣତି ପଟ୍ଟନାୟକ,ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜର୍ଜ ଆୟୁଷ୍ମାନ ମହନ୍ତ,ତୃତୀୟ ଅତିରିକ୍ତ ଜିଲ୍ଲା ଜର୍ଜ ବିଭାସ୍ୱତ ଗୌତମ, ପିଓ ଓପିଆଇଡି ବିଚାରପତି ସଂଗୀତା ପାଣି,ସିଜେଏମ ସୁଶ୍ରୀ ସୁଜାତା ପ୍ରିୟମ୍ବତା ସ୍ୱାଇଁ,ପ୍ରଥମ ଅତିରିକ୍ତ ସିନିୟର ସିଭିଲ ଜର୍ଜ ଜ୍ୟୋତିର୍ମୟୀ ଦାସ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀଙ୍କ ସମେତ,ବ୍ରହ୍ମପୁର ବନବିଭାଗ ଅଧିକାରୀ, ବହୁ ପ୍ୟାନେଲ ଓକିଲ, ପାରାଲିଗଲ ସ୍ବେଛାସେବୀ, ଓଡିଶା ଆଦର୍ଶ ବିଦ୍ୟାଳୟ କରାପଲ୍ଲୀର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସାହର ସହିତ ବନ ମହୋତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.