ଚୀନ ଠାରୁ ଜେ-୩୫ ଯୁଦ୍ଧବିମାନ କିଣିବନି ପାକିସ୍ତାନ

add-all

ଇସଲାମାବାଦ : ଚୀନ ଠାରୁ ପାକିସ୍ତାନ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ହେଉଥିବା ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଖଣ୍ଡନ କରିଛନ୍ତି। ଚୀନ ଏହାର ୫ମ ଜେନେରେସନ ଯୁଦ୍ଧବିମାନ ଜେ-୩୫କୁ କମ୍ ଦାମରେ ପାକିସ୍ତାନକୁ ବିକ୍ରି କରିବା ପୂର୍ବକ ଇସଲାମାବାଦର ବାୟୁସେନାକୁ ମଜଭୁତ୍ କରିବ ​‌େ​‌ବାଲି କହିଛି। ଚୀନର ଏପରି ଘୋଷଣା ପରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ଚାଲିଛି। ମାତ୍ର ଏପରି ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ ଖଣ୍ଡନ କରିଛନ୍ତି।

ଆସିଫ୍ କହିଛନ୍ତି ଯେ ଚୀନ ଠାରୁ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେବଳ ଏକ ମିଥ୍ୟା ପ୍ରଚାର। ପାକିସ୍ତାନ ଏପରି ଯୁଦ୍ଧବିମାନ କିଣିବା ନେଇ କୌଣସି ପ୍ରକାର କଥାବାର୍ତ୍ତା କରି ନାହାନ୍ତି। ନିକଟରେ ଭାରତର ସାମରିକ ଅଭିଯାନ ଅପରେସନ ସିନ୍ଦୂର ସମୟରେ ଚୀନ ଏହାର ସମସ୍ତ ଅସ୍ତ୍ରଶସ୍ତ୍ରକୁ ପରୀକ୍ଷା କରିଥିଲା। ପାକିସ୍ତାନକୁ ଚୀନ ବିକିଥିବା ଅସ୍ତ୍ରଶସ୍ତ୍ର ସବୁ ଭାରତର ଆକ୍ରମଣକୁ ମୁକାବିଲା କରିବାରେ ବିଫଳ ହୋଇଥିଲା। ଏଥିପାଇଁ ପାକିସ୍ତାନ ସହିତ ଚୀନ ମଧ୍ୟ ସାଧାରଣରେ ନିନ୍ଦିତ ହୋଇଥିଲା। ନିନ୍ଦାରୁ ବର୍ତ୍ତିବା ପାଇଁ ଚୀନ ରାଫେଲ ଯୁଦ୍ଧବିମାନ ସମ୍ପର୍କରେ ଅପପ୍ରଚାର କରିଥିଲା। ଚୀନ କହିଥିଲା ଯେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ରାଫେଲ ଯୁଦ୍ଧବିମାନକୁ ନଷ୍ଟ କରିଥିଲା। ଚୀନର ଏପରି ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଏବେ ଚୀନ ପ୍ରଚାର କରୁଛି ଯେ ଏହା ପାକିସ୍ତାନକୁ ଜେ-୩୫ ଯୁଦ୍ଧବିମାନ ବିକ୍ରି କରିବ। ଅପରେସନ ସିନ୍ଦୂରରେ ଚୀନର ଅସ୍ତ୍ରଶସ୍ତ୍ର ବିଫଳ ପରେ ପାକିସ୍ତାନ ଏବେ ଆମେରିକା ଆଡକୁ ମୁହଁାଇଛି। ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣିବା ଲାଗି ପାକିସ୍ତାନ ଯୋଜନା କରୁଛି। ଏଥିପାଇଁ ନିକଟରେ ପାକିସ୍ତାନ ସ୍ଥଳ ସେନା ଓ ବାୟୁସେନା ମୁଖ୍ୟ ଆମେରିକା ଗସ୍ତ କରି ଆବଶ୍ୟକ କଥାବାର୍ତ୍ତା କରିଛନ୍ତି।

ad-week
Leave A Reply

Your email address will not be published.