
କଟକ : ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କଟକ ମେୟର ସୁବାସ ସିଂ। କଟକ ଗଡଗଡିଆ ଘାଟରେ ପହଞ୍ଚି ଅତିରିକ୍ତ କମିଶନର, ସିଏମସି ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ ଅଧିକାରୀଙ୍କ ସହ ମିଶି ସମୀକ୍ଷା କରିଛନ୍ତି ମେୟର । ବିଶେଷ କରି ମହିଳା କାଉଡ଼ିଆମାନଙ୍କ ପୋଷାକ ବଦଳାଇବା ପାଇଁ ଅସ୍ଥାୟୀ କୋଠରୀ, ଲାଇଟ୍ ଓ ପରିମଳ ବ୍ୟବସ୍ଥାକୁ ନେଇ ଗ୍ରାଉଣ୍ଡ ଜିରୋରେ ତଦାରଖ କରିଛନ୍ତି ।
ଏହାସହ ପାଣି ଉଠାଇବା ସମୟରେ ଘଟୁଥିବା ଅଘଟଣକୁ ଦୃଷ୍ଟିରେ ରଖି ଲୁହା ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସପ୍ତାହର ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଘାଟରେ ଅଗ୍ନିଶମ ବାହିନୀ ମୁତୟନ ରହିବେ। ଦୁଇଜଣ ମହିଳା ଅଗ୍ନିଶମ କର୍ମଚାରୀଙ୍କ ସହ ମୋଟ ୧୨ ଜଣ ନିୟୋଜିତ ହେବେ। ଏହା ସହ ନଦୀ ଭିତରେ ବୋଟ ମାଧ୍ୟମରେ ପାଟ୍ରୋଲିଂ କରାଯିବ।